ପଞ୍ଚାୟତର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ

ଭଞ୍ଜନଗର,(ସନ୍ତୋଷ ଜେନା ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଅପରାହ୍ନରେ ପଞ୍ଚାୟତ ସମିତିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ଅଧକ୍ଷ ନରୀସଭା ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଦଳମତ ନିର୍ବିଶେଷରେ ସମସ୍ତ ପଞ୍ଚାୟତର କିଭଳି ବିକାଶ କରିବାକୁ କହିଥିଲେ। ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବିଭିନ୍ନ ପଞ୍ଚାୟତରୁ ଗ୍ରାମସଭା ଜରିଆରେ ଆସିଥିବା ପ୍ରକଳ୍ପର ପ୍ରସ୍ତାବକୁ ସମିତି ବୈଠକରେ ଅନୁମୋାଦନ କରାଯାଇଥିଲା। ଏହାପରେ ଜିଲ୍ଲାପାଳଙ୍କ ନିକଟରକୁ ଏହି ତାଲିକା ପଠାଯିବ ବୋଲି ଭାରପ୍ରାପ୍ତ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରକାଶ କରିଛନ୍ତି। ପ୍ରାଥମିକ ପର୍ଯ୍ୟୟରେ ପ୍ରାୟ ୨ କୋଟି ୯୩ ଲକ୍ଷ ଟଙ୍କା ଭଞ୍ଜନଗର ବ୍କକକୁ ଆସିଛି। ଜିଲ୍ଲାର ଉନ୍ନତି ପାଇଁ ଆଗାମୀ ଦିନରେ ସ୍ବତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଥିଲେ। ଭଲ କାମ କରିଥିବା ପଞ୍ଚାୟତକୁ ପୁରସ୍କାର ଦିଆଯିବ ବୋଲି ମଧ୍ୟ ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାର,ସହାୟକ ଯନ୍ତ୍ରୀ ଇଂ ନିତ୍ୟାନନ୍ଦ ପାତ୍ର,ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ଼ ପ୍ରମୁଖ ମଞ୍ଚାସିନ ରହିଥିଲେ। ଗ୍ରାମପଞ୍ଚାୟତ ଅଧିକାରୀ ପ୍ରିୟଦର୍ଶନୀ ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ