ପଞ୍ଚାୟତ ଟି୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ଚଣ୍ଡିପୁର କ୍ରିକେଟ ଗ୍ରାଉଣ୍ଡ ଠାରେ ଜାନୁଆରୀ ୧୦ରୁ ଆରମ୍ଭ ହୋଇଥିବା ପଞ୍ଚାୟତ ଟି୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣିାମେଣ୍ଟରେ ମୋଟ ୬ଟି ଟିମ୍ ଭାଗ ନେଇଥିଲେ । ସେଥିମଧ୍ୟରେ ୟୁନାଇଟେଡ ଚଣ୍ଡିପୁର, ଚନ୍ଦନେଶ୍ୱର କ୍ରିକେଟ କ୍ଲବ, ମୁନ୍ ଲାଇଟ୍ କ୍ରିକେଟ କ୍ଲବ, ୟୁନିୟନ ସ୍ପୋଟିଂ ଚଣ୍ଡିପୁର, ଆଜାଦ୍ କ୍ଲବ, ସଡନ୍ ଆଟାକ୍ କ୍ରିକେଟ କ୍ଲବ ଆଦି ରହିଥିଲା । ଉଦ୍ଘାଟନୀ ମ୍ୟାଚ ୟୁନାଇଟେଡ ଚଣ୍ଡିପୁର ଏବଂ ଚନ୍ଦନେଶ୍ୱର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ୍ ମୁନ୍ ଲାଇଟ କ୍ଲବ ଓ ସଡନ୍ ଆଟାକ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁନ୍ ଲାଇଟ କ୍ଲବ ୬୩ ରନ୍ ସଂଗ୍ରହ କରିଥିବା ବେଳେ ସଡନ୍ ଆଟାକ୍ କ୍ଲବ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୫୯ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ସମାଜସେବୀ ବାବାଜି ଚରଣ ଜେନା, କେନ୍ଦୁଆପଦା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ସିପିଆଇ ଜୋନ୍ ସମ୍ପାଦକ ରମେଶ ଜେନା ଯୋଗ ଦେଇଥିଲେ । ଶେଷରେ ଅତିଥି ମାନଙ୍କ ଦ୍ୱାରା ଚମ୍ପିୟନ ଟ୍ରଫି, ରନର୍ସ ଅଫ ଟ୍ରଫି, ମ୍ୟାନ୍ ଅଫ ଦି ସିରିଜ୍ ଓ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ସମିତି ସଭ୍ୟଙ୍କ ପ୍ରତିନିଧି ଦୁଲ୍ଲା ଖାଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟରେ ସୟଦ୍ ସକିଲ, ଶେଖ୍ ରିୟାଜ୍, ଅବଦୁଲ ରହିମ୍, ଆକ୍ରମ୍ ଖାଁଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।