ପଞ୍ଚାୟତ ସମିତି ସଭାଗୃହରେ ସପ୍ତମ ସାଧାରଣ ବୈଠକ ପାନୀୟ ଜଳ, ପରିମଳ ଉପରେ ଗୁରୁତ୍ୱାରୋପ

ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର ): ମୟୁରଭଞ୍ଜ ଜିଲ୍ଲାର ସାରସକଣା ପଞ୍ଚାୟତ ସମିତି ସଭାଗୃହରେ ସପ୍ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ତୁଳସୀ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ରାଜ ମହାନ୍ତି ବୈଠକ ପରିଚାଳନା କରିଥିବା ବେଳେ ବୈଠକରେ ମୁଖ୍ୟ ଅତିଥି ଭାବେ ସାରସକଣା ର ମାନ୍ୟବର ବିଧାୟକ ଭାଦବ ହାଁସଦା ଉପସ୍ଥିତ ଥିଲେ । ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ସଦାନନ୍ଦ ଧେଲକି , ଶୀର୍ଷା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅପନ ସାହା ଏବଂ ଏମପି ପ୍ରତିନିଧି ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ରହଥିବା ବେଳେ ବୈଠକରେ ୧୭ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା, ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ବ୍ଲକର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆଇନ ଶୃଙ୍ଖଳା, ପାନୀୟ ଜଳ, ସାମାଜିକ ମଙ୍ଗଳ ସୁରକ୍ଷା, ଉଦ୍ୟାନ କୃଷି, ବିଜୁଳି, ଜାତୀୟ ରାଜପଥ, ପ୍ରାଣୀଧନ, ଗମନାଗମନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ବ୍ଲକର ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହିତ କାର୍ଯ୍ୟ କ୍ଷେତ୍ରରେ କୌଣସି ଅସୁବିଧା ହେଲେ ତୁରନ୍ତ ଜଣାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଶିକ୍ଷା ବ୍ୟବସ୍ଥା ରେ ତ୍ରୁଟି ଏବଂ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ମାନଙ୍କ ଅଦଳ ବଦଳ ଉପରେ ଅଧିକ ତ୍ରୁଟି ଥିବାର ଜଣା ପଡିଥିଲା ସେହିପରି ଏହି ବୈଠକରେ ଟାଟା ପାୱାର ରୁ କେହିବି ଉପସ୍ଥିତ ନରହିବା କୁ ନେଇଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ବିଧାୟକ କ୍ଷପ ପ୍ରକାଶ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ