ପଣ୍ଡା ମୋବାଇଲ୍‍ ବ୍ୟବସାୟ ପ୍ରତିଷ୍ଠାନର କବାଟ ଭାଙ୍ଗି ଚୋରି

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍‍ଏସି ଓ ଆସିକା ଥାନା ଅଧୀନସ୍ଥ ହାଟପଦା ଛକ ନିକଟରେ ଥିବା ପଣ୍ଡା ମୋବାଇଲ୍‍ ବ୍ୟବସାୟ ପ୍ରତିଷ୍ଠାନର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ନାମୀଦାମୀ କମ୍ପାନୀର ନୂଆଁ ମୋବାଇଲ୍‍ ଫୋନ୍‍ ସାଙ୍ଗକୁ ମୋବାଇଲରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଓ ମରାମତି ପାଇଁ ଆସିଥିବା କେତେକ ମୋବାଇଲ୍‍ ଫୋନକୁ ଚୋରି କରି ନେଇଯାଇଥିବା ଜଣାପଡିଛି । ଘଟଣା ସଂକ୍ରାନ୍ତରେ ପଣ୍ଡା ମୋବାଇଲ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଲକ୍ଷ୍ମଣ ପଣ୍ଡା ଆସିକା ଥାନାରେ ଏକ ଲିଖିତ ଏତଲା ଦାୟର କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଆସିକା ଏନ୍‍ଏସି ଅଧୀନସ୍ଥ ହାଟପଦା ନିକଟରେ ଥିବା ପଣ୍ଡା ମୋବାଇଲ୍‍ ଦୋକାନର ମାଲିକ ଲକ୍ଷ୍ମଣ ପଣ୍ଡା ଓ ଭରତ ପଣ୍ଡା ପ୍ରତ୍ୟେକ ଦିନ ଭଳି ବୁଧବାର ରାତ୍ରରେ ନିଜ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରି ଘରକୁ ଫେରିଥିଲେ । ତେବେ ଆଜି ପ୍ରତ୍ୟୁଷରେ ଦୋକାନର କବାଟ ଭଙ୍ଗା ଯାଇଥିବା ସଂକ୍ରାନ୍ତରେ ଖବର ପାଇ ଆସି ଦେଖିଲା ବେଳକୁ ଦୋକନରେ ବିକ୍ରୀ ପାଇଁ ରଖାଯାଇଥିବା ବିଭିନ୍ନ କମ୍ପାନୀର କେତେକ ମୂଲ୍ୟବାନ୍‍ ମୋବାଇଲ୍‍ ଫୋନ୍‍ ଓ ସାମଗ୍ରୀ ଓ ଗ୍ରାହକମାନେ ମରାମତି ପାଇଁ ଦେଇଥିବା ମୋବାଇଲ୍‍ ଗୁଡିକ ଚୋରି ହୋଇଯାଇଥିବା ଦେଖି ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଆସିକା ପୋଲିସ୍‍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ