ପତ୍ନୀ ହତ୍ୟା ଉଦ୍ୟମ ମାମଲା ସ୍ବାମୀଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମର ଏସ.ଦୀନବନ୍ଧୁ ଦୋରା ଙ୍କୁ ମଙ୍ଗଳବାର ପୋଲିସ କୋର୍ଟ ଚାଲାଣ କରିଛି।ଥାନା ମାମଲା ନଂ.୪୦୮/୨୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ପ୍ରାୟ ୧୦ ବର୍ଷ ପୂର୍ବେ ଦୀନବନ୍ଧୁ ଗ୍ରାମର ବେଦମୋତି ଦୋରା ଙ୍କୁ ବିବାହ କରିଥିଲେ।ଉଭୟଙ୍କ ଔରସରୁ ୨ ଟି କନ୍ୟା ସନ୍ତାନ ଅଛନ୍ତି।ଦୀନବନ୍ଧୁ ଗୁଜୁରାଟ ର ସୁରତ ସହରରେ କାମ କରୁଥିଲେ। ଗତ କୋଭିଡ ସମୟରେ ସେ ସୁରତ ରୁ ଫେରି ଘରେ ରହୁଥିଲେ।କାମ କୁ ନଯାଇ ସବୁବେଳେ ପତ୍ନୀ ଙ୍କୁ ଗାଳି ଗୁଲଜ କରିବା ସହ ନିଶାସକ୍ତ ଅବସ୍ଥାରେ ମାଡ଼ ମାରୁଥିଲେ।ଫଳରେ ପତ୍ନୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ।ସମ୍ପର୍କୀୟ ଲୋକଙ୍କ ହସ୍ତକ୍ଷେପ ପରେ ଉଭୟଙ୍କ ମଧ୍ୟରେ ମିଳାମିଶା ହୋଇଥିଲା।ପତ୍ନୀ ଶାଶୁ ଘରକୁ ଫେରିଥିଲେ। କିଛିମାସ ପୂର୍ବେ ଦୀନବନ୍ଧୁ ବିଶାଖାପାଟଣା ଯାଇ ସେଠାରେ କାମ କରୁଥିଲେ। ଗତ ଦଶହରା ପୁଜାଛୁଟି ପାଇଁ ଘରକୁ ଫେରିଥିଲେ।ଗତ ବୁଧବାର ରାତି ପ୍ରାୟ ୧୨ ଟାରେ ଦୀନବନ୍ଧୁ ଦିଗପହଣ୍ଡି ରୁ ଯାତ୍ରା ଦେଖି ଘରକୁ ଫେରିଥିଲେ। ତାଙ୍କ ପତ୍ନୀ ବେଦମୋତି ଘରେ ଶୋଇଥିବା ଅବସ୍ଥାରେ ତାଙ୍କ ତଣ୍ଟିଚିପି ଜୀବନରେ ମାରିଦେବାକୁ ସେ ଉଦ୍ୟମ କରିଥିଲେ। ପାଟି କରିବାରୁ ଶାଶୁ ଏବଂ ସାହି ପଡୋଶୀ ଆସି ଛଡ଼ା ଛଡ଼ି କରିବା ବେଳେ ତାଙ୍କ ବାମ ଆଖି କୁ ସ୍ବାମୀ ମୁଥ ମୁଥ ମାରିବାରୁ   ଆଖି କୁ ଭୀଷଣ ଆଘାତ ଲାଗିଥିଲା।ପରେ ତାଙ୍କୁ ଧକିଆ ମାରି ଘରୁ ତଡ଼ି ଦେବାରୁ ସେ ମା ଘରକୁ ପଳାଇଥିଲେ।ଗୁରୁବାର ସକାଳ ପ୍ରାୟ ୯ ଟାରେ ବେଦୋମତି ତାଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ଶାଶୁ ଘରକୁ ଯାଇଥିବା ବେଳେ ସ୍ବାମୀ ପୁଣିଥରେ ତାଙ୍କୁ ଆକ୍ରମଣ କରିବାସହ ତଣ୍ଟି ଧରି ମାଡ଼ି ବସିଥିଲେ।ସ୍ବାମୀ ଙ୍କ କବଳରୁ ଶାଶୁ ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ସ୍ତ୍ରୀ ବେଦମୋତି ଥାନାରେ ଏତଲା ଦେବାପରେ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ସ୍ବାମୀ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ଗିରଫ ଭୟରେ ଅଭିଯୁକ୍ତ ଗାଁ ରୁ ଫେରାର ଥିଲେ। ସେ ଗାଁ କୁ ଫେରିଥିବା ଖବରପାଇ ସୋମବାର ପୋଲିସ ତାଙ୍କୁ ଗିରଫ କରିଥିଲେ। ବେଦମୋତି ୨ ଝିଅଙ୍କୁ ନେଇ ମା ଘରେ ରହୁଥିବା ଏତଲାରେ ଉଲ୍ଲେଖ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ