ପତ୍ନୀ
ମଣିଷ ମନରେ କେତେ ସ୍ବପ୍ନ ଓ କେତେ ଆଶା ଭିତରୁ ପକ୍ଷୀ ପରି ମୁକ୍ତ ହୋଇ ସ୍ବାଧୀନ ଭାବେ ଉଦିବୁଲିବାର ଇଛାଟିଏ ଥାଏ କୋଉଠି ନା କୋଉଠି. ରୂପା ଓ ଆଦିଙ୍କ ଭିତରେ ପ୍ରେମ ହୋଇ ବାହାଘର ତ ହୋଇଗଲା କିନ୍ତୁ ପରିବାର, ସମାଜ ଗ୍ରହଣ କଲାନାହିଁ ଏ ବାହାଘରକୁ ତ ଦୁହେଁ ଆଦିର ବନ୍ଧୁ ସୁରେଶଙ୍କ ପାଖରେ କିଛି ଦିନ ରହିବା ପରେ ନିଜେ ମୂକ୍ତ ପକ୍ଷୀ ପରି ରହିବାକୁ ଭଡାଘର ଖୋଜିଲେ. ସେଇ ସହରରେ ଦୁହିଁଙ୍କ ବାପା ମାଆ ତାଙ୍କ ନିଜ ନିଜ ଘରେ ରହୁଥିଲେ.କିଛି ଲୋକ ନିଶ୍ଚୟ ଜାଣିଥିଲେ ଯେ ଆଦି ଓରଫ ଆଦିତ୍ୟ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ ତାର ଆଉ ଘରେ ସ୍ଥାନ ନଥିଲା ଆଉ ରୂପାକୁ ନେଇ କେତେ ସ୍ବପ୍ନ ଦେଖିଥିବା ପିତା ମାତା ରୁପାର ପ୍ରେମ ବିବାହରେ କ୍ଷୁବ୍ଧ ହୋଇ ଝିଅର ମଙ୍ଗଳ ମନାସିଵା ପରିବର୍ତ୍ତେ ଝିଅକୁ ଜୀବନ୍ତ ଶୁଦ୍ଧି ହୋଇଥିଲେ ତ ସମ୍ପର୍କର ଡୋରଟି ଅଡୁଆ ହୋଇଗଲା. କେତେ ଦିନ ବନ୍ଧୁ ସୁରେଶ ଘରେ ରହିବା ଭାବି ଭଡାଘର ଖୋଜିବାରେ ବି ଅସୁବିଧା ଥିଲା କାରଣ କିଏ ପଚାରୁଥିଲା ଏଇ ସହରରେ ତ ବାପଘର ଓ ଶାଶୁଘର କାହିଁକି ଖୋଜୁଛ ଭଡାଘର. ସମସ୍ତଙ୍କୁ ତ ସବୁକଥା ବୁଝେଇ କହିହୁଏନି. ଯେତେ ଚର୍ଚ୍ଚା ହେଲେ ବି ଫର୍ଚ୍ଚା ହେବାକୁ ତ ସମୟ ଲାଗିବ ତେଣୁ ନିଜର ଏକ ଘର କିଣିବାକୁ ନିଷ୍ପତ୍ତି କରି ସ୍ୱାମୀ ସ୍ତ୍ରୀ ନିଜ ମନକଥା ବନ୍ଧୁଙ୍କୁ ଜଣାଇବା ପରେ ଓ ରୂପା ତଥା ଆଦି ଦୁହେଁ ଚାକିରିଆ ହୋଇଥିବାରୁ ବ୍ୟାଙ୍କରୁ ଲୋନ ନେଇ ଘର କରିହେବ ବିଶ୍ୱାସ ଦେଇଥିଲେ ସୁରେଶ . ମନ ଉଡ଼ିବୁଲିଲା ଆକାଶରେ ରୂପା ଓ ଆଦିଙ୍କର. ସତକୁ ସତ ରୂପା ଓ ଆଦି ସମର୍ଥ ହୋଇ ଘରଟିଏ କରି ଉଠିଗଲେ ନିଜ ଘରକୁ କାରଣ ସେତେବେଳକୁ ସୁରେଶଙ୍କ ସଂସାର ମଧ୍ୟ ବଢ଼ିସାରିଥିଲା.
ପ୍ରଥମେ ପ୍ରଥମେ ନୂଆ ଘରର ସ୍ୱାଦରେ ମନ ମୁକ୍ତ ପକ୍ଷୀ ପରି ଆକାଶରେ ଉଡିବା ସହ ସଂସାର ବଢୁଥିଲା ହେଲେ ସେଦିନ ନିଜ ପୁରୁଣା ବାଇକରେ ଫେରୁଥିବା ବେଳେ ଆଦିର ଦୁର୍ଘଟଣା ହେଲା. ନିର୍ଜ୍ଜନ ରାସ୍ତାରେ କେହିନଥିଲେ ସାହାଯ୍ୟ କରିବାକୁ. ଯଦିଓ ଶରୀରରେ ସେମିତି କିଛି ବଡ଼ ଧରଣର ଆଘାତ ଲାଗିନଥିଲା କିନ୍ତୁ ବାଇକଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା. କେମିତି ଉଠି ଘରକୁ ଯିବେ ଚିନ୍ତା ବଢୁଥିବା ବେଳେ ଜଣେ ଅଧେ କେହି କେମିତି କାଁ ଭାଁ ଯିବା ଆସିବା କରୁଥିବା ବାଟୋଇ ତାଙ୍କୁ ଉଠେଇବେ କଣ ବାଟ ଭାଙ୍ଗି ଚାଲିଯାଉଥିବା ବେଳେ ଯେଉଁ ସହୃଦୟତାର ହାତ ଦୁଇଟି ଆଦି ଆଡକୁ ଲମ୍ବି ଆସିଥିଲା ତାହା ରୂପା ବାପାଙ୍କର ଥିଲା. ଅପୂର୍ବ ସେ ମିଳନ ପରେ ସମ୍ପର୍କର ଛିଡି ଯାଇଥିବା ଡୋରଟି ପୁଣି ଛିଡି ଯିବା ଜାଗାରୁ ଗଣ୍ଠି ପଡି ଆହୁରି ମଜଭୂତ ହୋଇଗଲା ତ ରୁପାଙ୍କର ପୁରୁଣା ସ୍ମୃତି ତାଙ୍କୁ ବାପାଙ୍କ ଘର ପ୍ରତି ଆକୃଷ୍ଠ କରିବା ଫଳରେ ଏଣିକି ସ୍କୁଲ ଚାକିରିରୁ ମିଳୁଥିବା ଛୁଟିରେ ସେ ବାପାଙ୍କ ଘରକୁ ଯିବା ଆସିବାରେ ବିତାଉଥିଲେ. ଆଦି ବାରଣ କରିପାରୁନଥିଲେ କାରଣ ରୁପାଙ୍କ ବାପା ତ ତାଙ୍କୁ ପୁନ୍ନର୍ଜନ୍ମ ଦେଇଛନ୍ତି ସହୃଦୟତା ତଥା ସସ୍ନେହର ହାତ ବଢ଼େଇ ଓ ବିପଦ ଓ ଦୁର୍ଘଟଣା ବେଳେ ସାହାଯ୍ୟକରି .ତେବେ ପିଲାମାନେ ହଷ୍ଟେଲରେ ରହି ପଢ଼ୁଥିବା ବେଳେ ଛୁଟିରେ ଘରକୁ ଆସିଲେ ମାଆ ସଙ୍ଗେ ଅଜା ଘରକୁ ଯିବାକୁ ଅଡ଼ି ବସନ୍ତି ତ ମନା କରିପାରନ୍ତି ନାହିଁ ଆଦି. ଆଜିର କଥା ଥିଲା ନିଆରା. ରୂପା ଏକୁଟିଆ ବାପାଙ୍କ ଘରକୁ ଗଲାପରେ ସେଦିନ ଆଦି ଘରେ ଏକୁଟିଆ ଥାଆନ୍ତି.
ହଠାତ ଆଦିଙ୍କୁ ଲାଗିଲା ତାଙ୍କ ଘରେ ମୂଷା ପଶି କିଛି କାଟି ଚାଲିଛି. ହୁଏତ ବ୍ୟାଙ୍କରୁ ଲୋନ କରିଥିବା ଇନଷ୍ଟାଲମେଣ୍ଟ ଶୁଝିନଥିବା ନୋଟିସଟିକୁ କୁଟୁ କୁଟୁ କରି କାଟି ଚାଲିଛି. ପୁଅ ଝିଅ ଦୁହିଁଙ୍କୁ ଡାକ୍ତର କରିବାକୁ ଯାଇ ଘୋର ଅଭାବ ଅନାଟନରେ ଦିନ କାଟୁଥିବା ଆଦିଙ୍କୁ ଲାଗିଲା ମୂଷା ତାଙ୍କ ଘର ବାହାରେ କିଛି କାଟୁନି ଯେ ବରଂ ତାଙ୍କ ଭିତରେ କଲିଜାକୁ ଟୁକୁଡା ଟୁକୁଡା କରି କାଟୁଛି. ବ୍ୟାଙ୍କରୁ ନୋଟିସ ଆସିବା ସଙ୍ଗେ ସଙ୍ଗେ ଦୁଇ ପୁଅ ମଧ୍ୟ ଦଶଲକ୍ଷ ଟଙ୍କା ଯୋଗାଡ଼ କରି ଦେବାକୁ ଫୋନ କରିଛନ୍ତି. ଏତିକି ବେଳକୁ ତାଙ୍କ ହୃଦୟକୁ ମୂଷାଟା କୁଟକୁଟ କରି କାଟିବାର ଥିଲା!ଅସହ୍ୟ ଯନ୍ତ୍ରଣା ଭିତରେ ଆଦି ଭାବୁଥିଲେ ଫୋନ କରି ରୁପାଙ୍କୁ ଡକେଇବେକି ଆଉ? ହେଲେ ମୁକ୍ତ ପକ୍ଷୀ ପରି ରୂପା ଏବେ ପିତା ମାତାଙ୍କ ପାଖରେ ଆରାମ ନିଦ ଯାଇଥିବେ. ପୂଜା ଛୁଟି ପରେ ସ୍କୁଲ ଖୋଲିଲେ ମନକୁ ଫେରିଆସିବେ. ପୁଣି ଭାବିଲେ ବନ୍ଧୁ ସୁରେଶକୁ ଫୋନ କରିବେକି?ନା ଥାଉ ସୁରେଶ ଯେତିକି ସାହାଯ୍ୟ ସହାନୁଭୂତିର ହାତ ବଢ଼େଇଛନ୍ତି କାଣିଚାଏ ଶୁଝି ପାରିନାହାଁନ୍ତି ସେ ଏଯାଏଁ. ସ୍ତ୍ରୀ ମଧ୍ୟ ତାଙ୍କ ଜିପିଏଫ ଉଠେଇ ତାଙ୍କ ହାତକୁ ଟଙ୍କା ବଢେଇବାରେ ହେଳା କରି ନାହାଁନ୍ତି ଏମିତି ଭାବୁ ଭାବୁ ପାଣି ପିଇ ବାଲକୋନିରେ ଟିକେ ଆରାମ ପାଇ ଆରାମଚୌକିରେ ବସିପଡ଼ି ଆଦି ଘୁମେଇ ପଡି ନିଜେ ନିଜେ ନିଜକୁ ମୂଷାର ତୀକ୍ଷ୍ମ ଦାନ୍ତର ଆଘାତରୁ ରକ୍ଷା କରିବାକୁ ଚେଷ୍ଟା କରୁ କରୁ ସକାଳ ପାହୁ ପାହୁ ରୂପା ହାଜର. ହାତକୁ ପାଞ୍ଚଲକ୍ଷ ଟଙ୍କା ବଢ଼େଇ ଶଶୁର କହୁଥିଲେ ବାହାଘର ବେଳେ କିଛି ଦେଇନଥିଲି ତ ଖରାପ ଭାବିବନି ଜୋଇଁ ପୁଅ,ଏ ଟଙ୍କା ରଖ. ପଛକୁ ପଛ, ଏତେସବୁ ପରେ, ଏତେଦିନରେ ଗାଁରୁ ବାପା ଆସି ହାଜର. କହିଲେ ଗୋଟିଏ ବୋଲି ପୁଅ ଜନ୍ମ କରିଥିଲି କଣ ଏମିତି ଆଡେଇ ହୋଇ ରହିବାକୁ!ବୟସ ହେଲା. ଜମିବାଡି ଦେଖାଚାହାଁ କରିପାରୁନି. ପେନସନରେ ଚାଲିଯାଉଛୁ ଦୁଇପ୍ରାଣୀ. ଜମି ବିକିଦେଲି ତ ତୋ ବୋଉ କାନ୍ଦିଲା କହିଲା ମୋ ପୁଅକୁ ଏ ପାଞ୍ଚଲକ୍ଷ ଟଙ୍କା ଦେଇ ବୋହୂ ଓ ଦୁଇନାତିଙ୍କୁ ଘରକୁ ଫେରାଇଆଣ. ଏତେ ଖୁସି ଭିତରେ ସୁରେଶ ଫୋନ କରି କହୁଥିଲେ ବ୍ୟସ୍ତ ହେବୁନି ଆଦି ମୁଁ ଜାଣେ ତୁ ପିଲାଙ୍କ ପାଇଁ ହଇରାଣ ହୋଇ ବ୍ୟାଙ୍କ କିସ୍ତି ଶୁଝି ପାରୁନୁ. ଏଥର ମୁଁ ପୈଠ କରିଦେଇଛି ସୁବିଧା କରି ମତେ ଦେବୁ. ଆଖିରେ ଆଖିଏ ଲୁହ ଭିତରେ ବାପା ଓ ଶାଶୁର ଭଳି ଜୀବନ୍ତ ଦେବତାଙ୍କ ପାଦତଳେ ମୁଣ୍ଡ ଲଗାଇ ପ୍ରଣାମ କଲାବେଳେ ନିଜ ଛାତି ଭିତରେ ପଶି ଗତକାଲିଠାରୁ ହୃଦୟ କାଟୁଥିବା ମୂଷାର ଟିକ ଟିକ ଶବ୍ଦ ଆଉ ଶୁଭୁ ନଥିଲା. ପୁଅର ଠିକଣା ଖୋଜିଲା ବେଳକୁ ରୁପାଙ୍କ ପାଖରେ ପୁଅ ଚିଠି ଓ ଟେଲିଗ୍ରାମ ଦେଖି ସବୁ ବୁଝିପାରିଥିଲେ ଆଦି. ମୁକ୍ତ ପକ୍ଷୀ ପରି ଉଡ଼ିବୁଲୁଥିବା ରୂପାଙ୍କ ଯୋଗୁଁ ଆଜି ସେ ଦୁଇଯୋଡ଼ା ପିତା ମାତାଙ୍କ ସାନିଧ୍ୟ ଫେରିପାଇ ଖୁସି ହେବା ସଙ୍ଗେ ମୁକ୍ତ ପକ୍ଷୀ ବୋଲି ଭାବୁଥିବା ପ୍ରିୟତ୍ତମା ପତ୍ନୀ ଆଜି ତାଙ୍କୁ ଦେବୀ ଲଷ୍ମୀ ମହାମାୟୀ ପରି ଦିଶୁଥିଲେ.
ସୁନନ୍ଦା ମହାନ୍ତି
ସାକ୍ଷିଗୋପାଳ
ପୁରୀ