ପଥପ୍ରାନ୍ତ ନାଟକ ମାଧ୍ୟମରେ ବ୍ୟାପକ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା କ୍ରିଏଟିଭ୍ ଆର୍ଟର କଳାକାର ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ବ୍ୟାପକ ସଚେତନତା କରାଯାଉଥିବାର ଦେଖିବାକୁ ମିଳିଛି । ମୁଖ୍ୟତଃ ଏହି ସଚେତନତା ନାଟକରେ ବାଲ୍ୟବିବାହ, ମୃତ୍ୟୁ ପରେ ଅଙ୍ଗଦାନ, କନ୍ୟାଭ୍ରୃଣ ହତ୍ୟା, ଅନ୍ଧବିଶ୍ୱାସକୁ ନେଇ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ପରିବେଷଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ହୀରାପୁର, କଇଠପଦର, ଟୁବୁରସିଂ, ପରିସଲ ଓ ସାନତୁଣ୍ଡିରେ ପରିବେଷଣ ହୋଇଥିଲା । ନାଟକକୁ ଉପଭୋଗ କରିବାପାଇଁ ଗ୍ରାମାଞ୍ଚଳର ଲୋକେ ଭିଡ ଜମିଥିବା ବେଳେ ଲୋକକଳା ମାଧ୍ୟମରେ ସାମାଜିକ ସମସ୍ୟା ଦୂର କରିବା ଏବଂ ବିଜ୍ଞାନ ଉପରେ ବିଶ୍ୱାସ ରଖିବା ନିମନ୍ତେ ସଚେତତନତା କରାଯାଉଛି । ଆଜିର କାର୍ଯ୍ୟକ୍ରମରେ କୃଷ୍ଣପୁରର ସ୍ଥାନୀୟ ୱାର୍ଡମେମ୍ବର କାମଦେବ ନାୟକ ସହଯୋଗ କରିଥିବା ବେଳେ ସିୟୁଟିଏମ୍‌ର ପ୍ରଦୀପ ପଣ୍ଡା ପ୍ରତ୍ୟେକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଏପରି କାର୍ଯ୍ୟକ୍ରମ ଜିଲ୍ଲାର ଗୋଷାଣୀ, ଗୁମ୍ମା, କାଶୀନଗର ଓ ରାୟଗଡ ବ୍ଲକର ୧୫ଲେଖାଏଁ ସ୍ଥାନରେ ପରିବେଷିତ ହୋଇଯାଇଛି । ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଜୁକ୍ତିବିଦ୍ୟା ବିଭାଗ ଆନୁକୁଲ୍ୟରେ ସୋସିଓ କଲଚୁରାଲ ଡେଭଲପମେ ସେଣ୍ଟର(ଏସ୍‌ସିଡିସି) ପରିଚାଳନାରେ ଅନୁଷ୍ଠିତ ହେଉଥିବାର ଜଣାପଡିଛି । ଏହି କାର୍ଯ୍ୟକ୍ରମରେ କ୍ରିଏଟିଭ୍ ଆର୍ଟସର ସାଧାରଣ ସମ୍ପାଦକ ତଥା ଦକ୍ଷିଣ ଓଡିଶାର ବିଶିଷ୍ଠ କଳାକାର ମନୋଜ କୁମାର ପାଢୀ(ମୁନ୍ନା), ସୁଭ୍ରାଶୁଂଶେଖର ପଟ୍ଟନାୟକ, ଅନୁମାତାଙ୍ଗିନୀ ଗୁରୁ, ହରପ୍ରସାଦ ତ୍ରିପାଠୀ, କବିତା ପଣ୍ଡା, ଅନୁ ଦାସଙ୍କ ସମେତ ଶିଶୁ କଳାକାର ଭାବେ ବର୍ଷିତା ଦାସ ନିଖୁଣ ଅଭିନୟ କରୁଥିବା ବେଳେ ନାଟକର ରଚନା ଓ ନିର୍ଦ୍ଦେଶନା ମନୋଜ କୁମାର ପାଢୀ (ମୁନ୍ନା) ଏବଂ ସଂଗୀତ ନିର୍ଦ୍ଦେଶନା ଶୁଭ୍ରାଶୁଂ ଶେଖର ପଟ୍ଟନାୟକ ଦେଇଛନ୍ତି । ଗଜପତିର ଏହି ଟିମ୍ ସମାନ ବିଷୟ ବସ୍ତୁକୁନେଇ ରାୟଗଡ ଜିଲ୍ଲା ଏବଂ ଗଞ୍ଜାମ ଜିଲ୍ଲାର ୨୦ରୁ ଉର୍ଦ୍ଧ ଗ୍ରାମାଞ୍ଚଳରେରେ ଏହି ପଥପ୍ରାନ୍ତ ନାଟକ ପରିବେଷଣ କରିସାରିଥିବା ବେଳେ ଆସନ୍ତା ମଇ ମାସରେ ମୟୁରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏପରି ସଚେତନତା ମୂଳକ ନାଟକ ପରିବେଷଣ କରିବେ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ