ପନ୍ଦାଡୋ ପଞ୍ଚାୟତରେ ଗ୍ରାମୀଣ ଆବାସ ଗୃହ ତାଲିମ ଶିବିର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ଗତ ୨ଦିନ ଧରି ୨୧ଗୋଟି ପଞ୍ଚାୟତରେ ଗ୍ରାମୀଣ ଆବାସ ଗୃହ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ବେଳେ ଆଜି ଆଉ ୧୦ଗୋଟି ପଞ୍ଚାୟତରେ ଗ୍ରାମୀଣ ଆବାସ ଗୃହ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବୁଧବାର ପୂର୍ବାହ୍ନରେ ପନ୍ଦାଡୋ ସରପଞ୍ଚ ସସ୍ମିତା ଓଝାଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ କାର୍ଯ୍ୟାଳୟରେ ଆବାସ ଗୃହ ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟ ହିତାଧିକାରୀ ମାନେ କିଭଳି ଆବାସ ଯୋଜନାରୁ ବାଦ ନପଡ଼ିବେ ସେନେଇ ନୋଡାଲ ଅଫିସର ସଂଯୁକ୍ତା ବେହୁରିଆ, ପିଇଓ ପ୍ରୀତି ନାୟକ ପ୍ରମୁଖ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ହିତାଧିକାରୀ ମାନେ ନିଜ ନିଜ ମୋବାଇଲ କିମ୍ବା ଜନସେବା କେନ୍ଦ୍ର ମାନଙ୍କରେ ଆବେଦନ କରିପାରିବେ ବୋଲି କହିଥିଲେ। ନିକୁଞ୍ଜ ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ପଞ୍ଚୁଗୋଛିଆ, ସୋସୋ, ସୁଲଣ, ସମଣା, ଷଡ଼ଙ୍ଗ, ସଢା, ଶାସଙ୍ଗ, ଶାଳଣିଆଁ, ପଢ଼ିଆରିପଲ୍ଲୀ ଆଦି ପଞ୍ଚାୟତରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇ ଲୋକମାନଙ୍କୁ ସଚେତନ କରାଯାଇଥିଲା ।