ପରିଚୟ ଖୋଜୁଛି ଗୋପବନ୍ଧୁ ପାଠାଗାର
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ବର୍ତ୍ତମାନ ଶେରଗଡ ସହର ଶିକ୍ଷା ର ହବ ପାଲଟିଛି। ଗ୍ରାମାଞ୍ଚଳରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା ଲାଭ କରିବା ଲାଗି ଏଠାକୁ ଆସନ୍ତି। ଏହାକୁ ଲକ୍ଷ୍ୟ ରଖି ଶେରଗଡ ସହରରେ କୋଚିଂ ସେଣ୍ଟର ଗୁଡିକ ଖୋଲିଛି। ଶେରଗଡ ହେଉଛି ଭଲ ଶାନ୍ତି ପରିବେଶ, କମ ଘରଭଡା ଓ କମ ଦରରେ ଖାଈବାକୁ ମିଳୁଥିବା କାରଣ ରୁ ପିଲାଙ୍କ ସହିତ ଅଭିଭାବକ ଙ୍କ ପସନ୍ଦ ପାଲଟିଛି କିନ୍ତୁ ବଦଳୁଥିବା ଯୁଗ ଅନୁସାରେ ଏଠାରେ ପିଲାଙ୍କ ଲାଗି ଲାଈବ୍ରେରୀ ଟିଏ ନଥିବା ପିଲାମାନେ ଅଭିଯୋଗ କରିଛନ୍ତି। ଶେରଗଡ ର ରାଜା ସାହେବ ଉଦୟ ପ୍ରତାପ ସିଂଦେଓ ଶିକ୍ଷା ଓ ଜ୍ଞାନର ଅଭିବୃଦ୍ଧି ଲାଗି ବିମଳା ଲିଆରୁଣୀ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ୧୯୩୯ ମସିହାରେ ଶେରଗଡ ସହରର ମଧ୍ୟ ଭାଗରେ ଆରମ୍ଭ କରିଥିଲେ ଗୋପବନ୍ଧୁ ପାଠାଗାର କିନ୍ତୁ ଦୁର୍ଭାଗ୍ୟ ର ବିଷୟ,୮୫ ବର୍ଷର ପୁରାତନ ଗୋପବନ୍ଧୁ ପାଠାଗାର ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ନିଜର ହଜିଯାଇଥିବା ଅତୀତର ସ୍ମୃତି ଖୋଜୁଛି ଗୋପବନ୍ଧୁ ପାଠାଗାର। ଏହାବାଦ ସଂସ୍କୃତି ବିଭାଗ ପକ୍ଷରୁ ଶେରଗଡ ଗ୍ରାମ ପଞ୍ଚାୟତ ରେ ଏକ ପାଠାଗାର ଖୋଲାଯାଇଛି। ହେଲେ ଏଠି ଅଛି ନା ବହି ନା ପତ୍ରିକା,ଖାଲି ଅଛି ଲାଈବ୍ରେରୀ ଗୃହ। ଉଲ୍ଲେଖନୀୟ କଥା ହେଉଛି, ଯେଉଁ ଗୋପବନ୍ଧୁ ପାଠାଗାରରେ ଦିନେ ଜନସାଧାରଣ ବସି ବଡ଼ ବଡ ଲେଖକ ଙ୍କ ଲେଖା ପଢିବା ସହ ଗପ ଓ ଉପନ୍ୟାସ ପଢି ଜ୍ଞାନର ବିକାଶ କରୁଥିଲେ, ସେହି ପାଠାଗାର ଆଜକୁ ୨୫ ବର୍ଷ ହେବ, ଚାବି ନଖୋଲି ଜରାଜୀର୍ଣ୍ଣ ହୋଈପଡିଛି। କିନ୍ତୁ ପଞ୍ଚାୟତ ରେ ଖୋଲା ଯାଈଥିବା ଲାଈବ୍ରେରୀ ଗୃହ ଅଚଳ ହୋଇ ପଡି ରହିଛି। ଏହି ଅଭାବ କୁ ଖୁବ ସହଜ ଓ କମ ଖର୍ଚ୍ଚ ରେ ପୂରଣ କରିହେବ। ହେଲେ ସେ ଦିଗରେ କାହାର ଦୃଷ୍ଟି ବା ନିଘା ନାହିଁ। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଗୋପବନ୍ଧୁ ପାଠାଗାର କୁ ପୁନରୁଦ୍ଧାର ଦିଗରେ ପ୍ରଶାସନ ର ତତ୍ପରତା ନାହିଁ। ତତ୍ପରତା ପ୍ରକାଶ କରି ପାଠାଗାର କାର୍ଯ୍ୟକାରୀ କଲେ ଛାତ୍ରଛାତ୍ରୀ ଉପକୃତ ହେବା ସହ ଗୋପବନ୍ଧୁ ପାଠାଗାର ର ପୁରୁଣା ସ୍ମୃତି ଜୀବିତ ହୋଇ ରହିଥାନ୍ତା ଏବଂ ପଞ୍ଚାୟତ ରେ ନୂତନ ଭାବେ ନିର୍ମାଣ କରାଯାଈଥିବା ପାଠାଗାର ସର୍ବସାଧାରଣ ଲାଗି ଖୋଲି ଗଳ୍ପ ଉପନ୍ୟାସ ସହ ବଦଳୁଥିବା ପାଠ୍ୟକ୍ରମ ଅନୁସାରେ ବହି ଯୋଗାଇ ଦେଲେ ପ୍ରତିଯୋଗିତା ମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ ହୋଈପାରନ୍ତେ ଛାତ୍ରଛାତ୍ରୀ। ତେଣୁ ସରକାରଙ୍କ ପକ୍ଷରୁ ପାଠାଗାର ଖୋଲାଯିବା ସହିତ ପିଲାଙ୍କ ସୁବିଧା ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ମୂଳକ ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଛାତ୍ରଛାତ୍ରୀ ମହଲରେ ଦାବି ହେଉଛି। ଦେଖାଯାଉ,କେବେ ଗୋପବନ୍ଧୁ ପାଠାଗାର ତା ପରିଚୟ ପାଈବ ଏବଂ କେବେ ଛାତ୍ରଛାତ୍ରୀ ବସି ପାଠାଗାର ରେ ନିଜକୁ ପ୍ରତିଯୋଗିତା ମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରିବେ।