ପରିବର୍ତ୍ତନ ଫାଉଣ୍ଡେସନ ତରଫରୁ ସଫେଇ କାର୍ଯ୍ୟକ୍ରମ

ନବରଙ୍ଗପୁର,(ୱାଇଏନଏସ):ପରିବେଶ ସୁନ୍ଦର ଓ ସୁସ୍ଥ ରହିଲେ ସମାଜ ମଧ୍ୟ ସୁସ୍ଥ ସୁନ୍ଦର ହୋଇପାରିବ l ଏକ ସୁସ୍ଥ ସମାଜ ପାଇଁ ପରିବେଶ ଯେପରି ଗୁରୁତ୍ୱ ପୂର୍ଣ୍ଣ ପରିବେଶ କୁ ସଫା ସୁତୁରା ରଖିବା ମଧ୍ୟ ସେତିକି ଗୁରୁତ୍ୱ ପୂର୍ଣ୍ଣ l ଏହି ଉଧେଶ୍ୟ ନେଇ ଆଜି ନବରଙ୍ଗପୁର ସାମାଜିକ ସଂଘଠନ “ପରିବର୍ତ୍ତନ ଫାଉଣ୍ଡେସନ ” ତରଫରୁ ସ୍ଥାନୀୟ ବିନୋଦ ବିହାର କଲେଜ,ନବରଙ୍ଗପୁର ଠାରେ ଏକ ସଫେଇ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସଙ୍ଘଠନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିବା ସହ ମହାବିଦ୍ୟାଳୟ ପରିସର ଅଳିଆ ଆବର୍ଜନା ସଫା କରିଥିଲେ l ପ୍ରଥମେ ମହାବିଦ୍ୟାଳୟ ପ୍ରବେଶ ଫାଟକ ନିକଟରେ ସଫେଇ କରିବା ପରେ ଅଫିସ କାର୍ଯ୍ୟାଳୟ ପରିସର କୁ ସଫା କରା ଯାଇଥିଲା l ବିଜ୍ଞାନ ଭବନ ସହ ସମସ୍ତ ଶ୍ରେଣୀଗୃହ ସମ୍ମୁଖରେ ପଡି ରହିଥିବା ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ସବୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା l କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସଂଘଠନ ର ବରିଷ୍ଠ ସଦସ୍ୟା ଶ୍ରୀମତୀ ସ୍ଵର୍ଣ୍ଣଲତା ପଟନାୟକ ସ୍ୱଛତା ଉପରେ ସଂକ୍ଷିପ୍ତ ଭାବରେ ସମସ୍ତଙ୍କୁ କିଛି ଉପଦେଶ ଦେଇଥିଲେ l ମହାବିଦ୍ୟାଳୟ ଅଧକ୍ଷ ଗୋବିନ୍ଦା ରାଓ ମଧ୍ୟ ସଙ୍ଘଠନ କୁ ଧନ୍ୟବାଦ ଦେବା ସହ ଆଜିର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l ନବରଙ୍ଗପୁର ପୌରପାଳିକା ତରଫରୁ ମଧ୍ୟ ସଂଘଠନ କୁ ସାହାଯ୍ୟ ମିଳିଥିଲା ପୌରପାଳିକା ର ସଫେଇ କର୍ମଚାରୀ ଆସି ସହଯୋଗ କରିବା ସହ ଆବର୍ଜନା କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ lପରିବର୍ତ୍ତନ ଫାଉଣ୍ଡେସନ ସଂଘଠନ ର ଶିକ୍ଷା ହେଉଛି ଏକ ଅଂଶ ବିଶେଷ ଯାହାକୁ କି ସଂଘଠନ ଗୁରୁତ୍ୱାରୋପ ଦେଇଛି l ତେଣୁ ସର୍ବପୁରାତନ କଲେଜ କୁ କିପରି ଭାବେ ସୁନ୍ଦର କରାଯାଇ ପାରିବ ସେଥିପ୍ରତି ତଦାରଖ କରିବାର ପ୍ରତିଶୃତି ଦେଇଛି l ମହାବିଦ୍ୟାଳୟ ଉପରେ ଉପାନ୍ତ ଅଞ୍ଚଳ ରୁ ସହରାଞ୍ଚଳ ଯାଏ ସମସ୍ତେ ନିର୍ଭର କରୁଥିବା ବେଳେ ଅବ୍ୟବସ୍ଥା ମଧ୍ୟରେ ରହି ଯାଇଛି ମହାବିଦ୍ୟାଳୟ l ପ୍ରତିଦିନ ପାଠ ପଢା ଠିକ ଭାବରେ ହେଉନଥିବାର ଗୁରୁତର ଅଭିଯୋଗ ଆସିଛି l ଏହା ତଦନ୍ତ କରିବାର ଆବଶ୍ୟକତା ଅଛି ବୋଲି ସଭ୍ୟ ମାନେ ମତବ୍ୟକ୍ତ କରିଥିଲେ।କଲେଜ କୁ ପିଲା ଆସୁଛନ୍ତି ସତ କିନ୍ତୁ ପାଠ ରେ ନବରଙ୍ଗପୁର ମହାବିଦ୍ୟାଳୟ ଆଜି ପଛରେ ପଡିଛି ଯାହାର ସିଧା ସଳଖ ପ୍ରଭାବ ପଡୁଛି ପରୀକ୍ଷା ଫଳ ଉପରେ l ଏହି ଅଭିଯୋଗ କୁ ସଂଘଠନ ତରଫରୁ ପ୍ରତି ୧୫ ଦିନ ରେ ମନିଟରିଙ୍ଗ କରିବାର ପାଇଁ ନିଷ୍ପତ୍ତି ହୋଇଛି l ପିଜି ପାଠ୍ୟକ୍ରମ ସମ୍ପୂର୍ଣ ଠପ ହୋଇଯାଇଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଅଞ୍ଚଳ ର ଛାତ୍ରଛାତ୍ରୀ ନବରଙ୍ଗପୁର ମହାବିଦ୍ୟାଳୟ ଠାରୁ ମୁହଁ ଫେରାଇନେବା ଏକ ଚିନ୍ତା ର ବିଷୟ ପାଲଟିଛି l ସର୍ବ ପୁରାତନ କଲେଜ ଆଜି ଯାଏ ସରକାରୀ ମାନ୍ୟତା ପାଇ ପାରିଲା ନାହିଁ କଣ ପାଇଁ ସରକାରୀ ମାନ୍ୟତା ପାଇ ପାରୁନାହିଁ ତାହା ସାଧାରଣ ଜନସାଧାରଣ ରେ ଏକ ପ୍ରଶ୍ନବାଚୀ। ଆବଶ୍ୟକ ନଥିପତ୍ର ସରକାର ପାଇଛନ୍ତି କି ନାହିଁ ଜନ ସାଧାରଣ ଜାଣି ପାରୁନାହାନ୍ତି ଯଦି ସରକାର ଙ୍କ ପାଖରେ କଲେଜ ର ସମସ୍ତ ତଥ୍ୟ ଅଛି ତାହେଲେ ଜନସାଧାରଣ ଓ ଜନ ପ୍ରତିନିଧି ଙ୍କ ଇଛା ଶକ୍ତି ର ଅଭାବ ଆଜି ନବରଙ୍ଗପୁର ମହାବିଦ୍ୟାଳୟ କୁ ଦିଗହରା କରାଇ ଦେଇଛି lପରିବର୍ତ୍ତନ ଫାଉଣ୍ଡେସନ କେବଳ ସଫେଇ କାର୍ଯ୍ୟକ୍ରମ ନୁହେଁ ଜିଲ୍ଲା ର ସମସ୍ତ ସମସ୍ୟା ଉପରେ ପରିବର୍ତ୍ତନ ଆଣିବା ସହ ନବରଙ୍ଗପୁର ମହାବିଦ୍ୟାଳୟ କୁ ଏକ ସୁନ୍ଦର ସୁସ୍ଥ ଓ ଯୋଗ୍ୟ ମହାବିଦ୍ୟାଳୟ ରେ ପରିଣତ କରିବାର ନିଷ୍ପତି ନିଆଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ସଂଘଠନ ସଭାପତି ନିନୀବାବୁ ତ୍ରିପାଠୀ, ସିରାଜ ଉଦ୍ଧିନ, ପ୍ରଫୁଲ୍ଲ ସିଂ, ସ୍ଵର୍ଣ୍ଣଲତା ପଟନାୟକ, କିଶୋରୀ ପଟନାୟକ, ଟୁକୁନା ବେହେରା, ଏମ ପ୍ରଶାନ୍ତ, ସୁମନ, ସୁଧୀର ସିଂ ,ରାଜନ ତ୍ରିପାଠୀ , ଅଭିଳାଷ ନାୟକ, ଅଭିନାଶ ମହାପାତ୍ର, ସୋମେଶ ଖୋରା, ସବିର, ଉପେନ୍ଦ୍ର ଷଡ଼ଙ୍ଗୀ,ଦାଶରଥୀ ପଟ୍ଟନାୟକ, ସୁରଜ ହରିଜନ, ଆକାଶ ହରିଜନ, ଅଶୋକ ପାତ୍ର ଏବଂ ପରିବର୍ତ୍ତନ ଫାଉଣ୍ଡେସନ ର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ଏଥି ମହାବିଦ୍ୟାଳୟ ର ଛାତ୍ର ଓ କର୍ମକର୍ତା ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ