ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା,(ମୁରାରୀ ମୋହନ ମହାପାତ୍ର):ଏସିଆର 2ୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ଆଜି ଠାରୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲାଯାଇଛି. ଏଣୁ ଆଜି ପାଖରୁ ଶିମିଳିପାଳ ବୁଲିବା ପାଇଁ ସାଧାରଣ ପର୍ଯ୍ୟଟକ ମାନଙ୍କୁ ପ୍ରବେଶ ଅନୁମତି ମିଳିବ. ଶିମିଳିପାଳରେ ପୂଜା ଛୁଟିର ମଜା ନେବେ ପର୍ଯ୍ୟଟକ. ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ ନଦୀ, ଝରଣା, ଜଳପ୍ରପାତ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସିଥାନ୍ତି. ପ୍ରତିବର୍ଷ ନଭେମ୍ବର ୧ ତାରିଖ ଠାରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥାଏ. କିନ୍ତୁ ଏଥର ୨୦ଦିନ ପୂର୍ବରୁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ଅଭୟାରଣ୍ୟ ଖୋଲି ଥିବାରୁ ପର୍ଯ୍ୟଟକ ମାନେ ବେଶ ଖୁସି ଥିବାର ଜଣାଯାଇଛି. ଏଥର ପର୍ଯ୍ୟଟକମାନେ ଦୁର୍ଗାପୂଜାରେ ଶିମିଳିପାଳ ଭ୍ରମଣ ସହିତ ରାତ୍ରିଯାପନର ସୁବିଧା ମଧ୍ୟ ପାଇପାରିବେ. ତେବେ ଆଜି ବାରିପଦା ପଟେ ଲୁଲୁଙ୍ଗ ପିଠାବଟା ଗେଟ ଦେଇ 18ଟି ଯାନ ଶିମିଳିପାଳ ଭିତରକୁ ପ୍ରବେଶ କରିଥିବା ବେଳେ, ଓଡିଶାରୁ 30ଜଣ ଏବଂ ବାହାର ରାଜ୍ୟରୁ 62ଜଣ ମୋଟ 92 ଜଣ ପର୍ଯ୍ୟଟକ ଶିମିଳିପାଳ ପରିଦର୍ଶନରେ ଯାଇଥିବା ବେଳେ ଓପେନ ୱାଇଲଡ ଲାଇଫ ସଫାରୀ ରେ ତିନି ଟ୍ରିପ ପର୍ଯ୍ୟଟକ ଶିମିଳିପାଳ ପରିଭ୍ରମଣ କରି ଛନ୍ତି
ସେହିପରି ଜଶିପୁର କାଳିକା ପ୍ରସାଦ ଗେଟ ଦେଇ 18ଟି ଯାନ ଶିମିଳିପାଳ ଭିତରକୁ ପ୍ରବେଶ କରିଥିବା ବେଳେ, ଓଡିଶାରୁ 31ଜଣ ଏବଂ ବାହାର ରାଜ୍ୟରୁ 28ଜଣ ମୋଟ 59 ଜଣ ପର୍ଯ୍ୟଟକ ଶିମିଳିପାଳ ପରିଦର୍ଶନରେ ଯାଇଥିବା ବେଳେ ଓପେନ ୱାଇଲଡ ଲାଇଫ ସଫାରୀ ରେ ବରେହିପାଣି କୁ ତିନି ଟ୍ରିପ, ଗୁରୁଗୁଡ଼ିଆ କୁ 4ଟ୍ରିପ ଏବଂ ଜାମୁଆଣିକୁ ଦୁଇ ଟ୍ରିପ ପର୍ଯ୍ୟଟକ ଶିମିଳିପାଳ ପରିଭ୍ରମଣ କରିଥିବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପନିର୍ଦ୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି. ମୟୁରଭଞ୍ଜ ରୁ ମୁରାରୀ ମୋହନ ମହାପାତ୍ର ଙ୍କ ରିପୋର୍ଟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ