ପର୍ଯ୍ୟଟକ ଙ୍କ ପାଇଁ ଗୋପାଳପୁର ବନ୍ଦର ନିକଟରେ ଲଙ୍ଗର ପକାଇଛି ଆଇଏନଏସ କୁଠାର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ ୧ରେ ଭାରତୀୟ ନୌ ସେନାର ଯୁଦ୍ଧ ଜାହାଜ କୁଠାର ରବିବାର ଲଙ୍ଗର ପକାଇଛି । ଏହି ଜାହାଜ କୁ ଦେଖିବାକୁ ନିମନ୍ତେ ସକାଳ ୯ ଘଣ୍ଟା ଠାରୁ ଅପରାହ୍ନ ୪.୩୦ ମିନଟ ପର୍ଯ୍ୟନ୍ତ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରଛାତ୍ରୀ ନିମନ୍ତେ ଖୋଲା ରଖଯାଇଥିଲା । ପର୍ଯ୍ୟଟକ ତଥା ଯାତ୍ରୀ ମାନଙ୍କୁ ମୁଖ୍ୟ ଗେଟ୍ ଠାରୁ ଜେଟି ପର୍ଯ୍ୟନ୍ତ ବସ ଯୋଗେ ନିଆ ଯିବା ବ୍ୟବସ୍ଥା କରାଯାଇଛି । ଏହି ଜାହାଜ ର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଗାଇଡ ଙ୍କ ଠାରୁ ସମସ୍ତ ବିଷୟ ପଚାରି ବୁଝି ପାରିବେ । କେଉଁ ପରିସ୍ଥିତରେ କେଉଁ ଭଳି ଜାହାଜ ଏବଂ ଏହାର କର୍ମଚାରୀ କିଭଳି କାର୍ଯ୍ୟ କରନ୍ତି ବୁଝି ପାରୁଛନ୍ତି । ଏଥିରେ ଏନସିସି, ସ୍କାଉଡ଼ ଏବଂ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ମାନେ ଏଠି ରୁ ବିଭିନ୍ନ ଶିକ୍ଷା ଲାଭ କରିପାରୁଛନ୍ତି । ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବ । ସୂଚନା ଯୋଗ୍ୟ ଯେ, ନୌସେନା ସପ୍ତାହ ପାଳନ ଅବସର ରେ ବିଶାଖାପାଟଣା ଠାରୁ ଭାରତୀୟ ନୌସେନା ଦୁଇଟି ଜାହାଜ ଗୋପାଳପୁର ବନ୍ଦର ଓ ପାରାନ୍ଦୀପ ବନ୍ଦର କୁ ଆସିଛି, ସେଠାରେ ନୌସେନା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ପ୍ରଦର୍ଶନ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ