ପାଇକ ବିଦ୍ରୋହର ଗୌରବ ଗାଥା ବଖାଣିଲେ ରାଷ୍ଟ୍ରପତି
ଖୋର୍ଦ୍ଧା , (ଯୁଗାବ୍ଦ ନ୍ୟୁଜ) : ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଖୋର୍ଦ୍ଧା ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିଛନ୍ତି । ତା ସହିତ ପାଇକ ମେମୋରିଆଲ ଫାଉଣ୍ଡେସନର ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପାଇକ ବିଦ୍ରୋହର ଗୌରବ ଗାଥା ବର୍ଣ୍ଣନା କରିବା ସହ ଓଡିଶାର କଳା ସ୍ଥାପତ୍ୟ ଓ ସଂସ୍କୃତି ଅନ୍ୟ ରାଜ୍ୟମାନଙ୍କଠାରୁ ଭିନ୍ନ ବୋଲି ସେ ମତ ବ୍ୟକ୍ତ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ରାମ ନାଥ କୋବିନ୍ଦଙ୍କ ସହ ତାଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ , ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ , ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱ ଭୁଷଣ ହରିଚନ୍ଦନ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ , କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଷଡଙ୍ଗୀ , ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ ।