ପାଖେଇ ଆସିଲାଣି ଶ୍ରାବଣ ଦ୍ୱନ୍ଦରେ କାଉଡ଼ିଆ ଭକ୍ତ

ହିଂଜିଳିକାଟୁ, (ଶେଷଦେବ ସାହୁ):ଗତ କିଛି ବର୍ଷ ହେଲା ଗଞ୍ଜାମ ଜିଲ୍ଲା ସମେତ ହିଞ୍ଜିଳିକାଟୁ ପୌରାଂଚଳ ଓ ନିକଟବର୍ତି ଅଂଚଳ ଗୁଡ଼ିକରେ କାଉଡ଼ିଆ ଭକ୍ତଙ୍କ ସଂଖ୍ୟା ବଢିଚାଲିଛି । ତେବେ ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିଥିବା ଯୋଗୁଁ ଦଣ୍ଡଯାତ୍ରା, ମେରୁପର୍ବ, ଚୈତ୍ର ପର୍ବ, ରଥଯାତ୍ରା, ଋକ୍ସ ଭଳି ବହୁ ଯାନିଯାତ୍ରା, ପର୍ବପର୍ବାଣୀକୁ ଗୋଷ୍ଠୀ ସଂକ୍ରମଣ ଭୟରେ ପ୍ରଶାସନ ପକ୍ଷରୁ ସମ୍ପୁର୍ଣ୍ଣ ବନ୍ଦ କରିବା ସକାଶେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଧାରା ଶ୍ରାବଣରେ ଧାର୍ମିକ ପଦଯାତ୍ରା କରିବା ପାଇଁ କାଉଡ଼ିଆ ଭକ୍ତ ମାନଙ୍କ ଉତ୍କଣ୍ଠା ଦେଖିବାକୁ ମିଳୁନାହିଁ । ଶ୍ରାବଣ ମାସରେ କାଉଡ଼ିିଆଙ୍କ ବୋଲବମ୍ ଜଳଯାତ୍ରା ଫିକା ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ନିଜ ନିଜର ମାନସିକ ପୁରଣ ଲାଗି କାଉଡ଼ିଆ ଭକ୍ତ ମାନେ ମାସ ସାରା ଦୈନିକ ଥରେ ଅରୁଆ ଅନ୍ନ ଭୋଜନ କରିବା ସହ ମାସସାରା ବ୍ରତ ପାଳନ କରିଥାନ୍ତି । ଶ୍ରାବଣ ମାସର ୪ଟି ସେମାବାରରେ ବିଭିନ୍ନ ପବିତ୍ର ନଦୀରୁ ଜଳ ଧାରଣ କରି ବହୁ ବାଟ ଚାଲି ଚାଲି ଶୌବ ପୀଠରେ ପଂହଚି ଶିବଙ୍କ ମସ୍ତକରେ ପାଣି ଢାଳିଥାନ୍ତି । ଏଥି ସକାଶେ ଶ୍ରାବଣ ମଙ୍କସର ପ୍ରାୟ ୧୫ ଦିନ ପୂର୍ବରୁ କାଉଡ଼ିଆ ଭକ୍ତ ମାନେ ନିଜକୁ ପ୍ରସ୍ତୁତ କରିଥାନ୍ତି । ବୋଲବମ ଜଳଯାତ୍ରାକୁ ଆଖି ଆଗରେ ରଖି ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ପୂଜା ସାମଗ୍ରୀ ଦୋକାନ, ପ୍ୟାଂଟ, ସାର୍ଟ ଦୋକାନ ସମେତ କାଉଡ଼ିଆ ମାନଙ୍କ ସକାଶେ ଉଦ୍ଧିଷ୍ଟ ବିଭିନ୍ନ କିସମର ଦୋକାନ ବଜାର ଖୋଲିଥାଏ । ତେବେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବାରୁ ବୋଲବମ ଜଳଯାତ୍ରା ହେବ କି ନାହିଁ, ଏ ନେଇ ସନ୍ଦେହ ଦେଖାଦେଇଛି । ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର ଜୁଲାଇ ୬ ତାରିଖରେ ରହୁଥିବା ବେଳେ ଏଯାବତ୍ କାଉଡ଼ିଆ ଭକ୍ତ ମାନେ କୌଣସି ପ୍ରକାର ପ୍ରାକ୍ ପ୍ରସ୍ତୁତି କରିନଥିବା ଦେଖିବାକୁ ମିଳିଛି । ବୋଲବମ୍ ଜଳଯାତ୍ରାକୁ ଆଖି ଆଗରେ ରଖି ବୋଲବମ ବା କାଉଡ଼ିଆ ଭକ୍ତଙ୍କ ସକାଶେ ଉଦ୍ଧିଷ୍ଟ ସାମଗ୍ରୀର ଦୋକାନ ବଜାର ଗହଳି ଚହଳି ଆରମ୍ଭ ହେବା ସହ ସଂପୃକ୍ତ ଦୋକାନ ଗୁଡ଼ିକରେ ରଙ୍ଗ ବେରଙ୍ଗର ପ୍ୟାଂଟ, ସାର୍ଟ, ଗାମୁଛା, କାଉଡ଼ି ବାଡ଼ି, ପୂଜା ସାମଗ୍ରୀର ଦୋକାନ ବଜାର ସରଗରମ ହେଉଥିବା ବେଳେ ଚଳିତ ବର୍ଷ ସମ୍ପୁର୍ଣ୍ଣ ଫିକା ପଡ଼ିଥିବାର ଦେଖିବାକୁ ମିଳିଛି । କୌଣସି ବ୍ରବସାୟିକ ପ୍ରତିଷ୍ଠାନ ବୋଲବମକୁ ଦୃଷ୍ଟିରେ ରଖି କାଉଡ଼ିଆ ଭକ୍ତଙ୍କ ସକାଶେ ଉଦ୍ଧିଷ୍ଟ ସାମଗ୍ରୀ ଏଯାବତ୍ କ୍ରୟ କରିନଥିବା ଦେଖିବାକୁ ମିଳିଛି । ଏପରିକି ପୁର୍ବ ବର୍ଷର ରହିଯାଇଥିବା ସାମଗ୍ରୀ ଗୁଡ଼ିକ ବିକ୍ରୟ ହୋଇ ପାରିବ କି ନାହିଁ ସନ୍ଦେହ ରହିଛି । ଶ୍ରାବଶ ମାସ ପୂର୍ବରୁ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବିଭିନ୍ନ ଜଳଯାତ୍ରା କମିଟି ପକ୍ଷରୁ ବଡ଼ ବଡ଼ ହୋଡ଼ିଂ ଲଗାଯିବା ସହ କେଉଁ ସୋମବାରରେ କେଉଁ ଶୈବ ପୀଠରେ ଜଳଲାଗି କରାଯିବ ସେ ନେଇ ସୂଚୀତ କରାଯାଉଥିବା ବେଳେ ଚଳିତ ବର୍ଷ କେଉଁଠାରେ ବି ହୋଡ଼ିଂ ଲଗାଯାଇନଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ କରୋନାେ କଟକଣା ଯୋଗୁଁ ବୋଲବମ୍ ଜଳଯା୍‌ତ୍ରାରେ କାଉନିଆ ଭକ୍ତଙ୍କୁ ଜଳ ଲାଗି କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ଆଶା କ୍ଷୀଣ ରହିଛି । ଯଦ୍ୱାରା କାଉଡ଼ିଆ ଭକ୍ତ ମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ