ପାଞ୍ଚପିଢ଼ର ଐତିହାସିକ ଦୋଳ ମେଳା ଆରମ୍ଭ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ସହରରେ ଫୋଗୁ ଦଶମୀ ଠାରୁ ପାଞ୍ଚପିଢ଼ ଦୋଳମେଳା ର ଆବାହକ ଶ୍ରୀ ଶ୍ରୀ ଶ୍ୟାମରାଇ ମହାପ୍ରଭୁଙ୍କ ନିମନ୍ତ୍ରଣ କ୍ରମେ ଐତିହାସିକ ଦୋଳ ଯାତ୍ରା ଆରମ୍ଭ ହୋଇଛି। ଆବହମାନ କାଳରୁ ଚାଲି ଆସିଥିବା କରଞ୍ଜିଆ ଦୋଳ ଳ ଯାତ୍ରାରେ ଅନେକ କିମ୍ବଦନ୍ତୀ ଓ ପରମ୍ପରା ରହିଛି । ମୂଖ୍ୟତଃ ଏହି ପର୍ବ ବୈଷ୍ଣବ ଧର୍ମ, ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଅଙ୍ଗୀ ଭାବେ ଯୋଡ଼ିତ । ଦଶ ଦଶମୀ ତିଥି ଠାରୁ ଠାରୁ ଠାକୁର ବି ବିମାନରେ ବୁଲି ବୁଲି ଭକ୍ତଙ୍କ ନିକଟରୁ ଶ୍ରୀଜୀଉ ମାନେ ଭୋଗ ଭାଗ ଗ୍ରହଣ କରିବେ ବୋଲି କମିଟି ପକ୍ଷରୁ କ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ଦିନ ବିଧି ପୂର୍ବକ କରଞ୍ଜିଆ ଶାସନ ଠାରୁ ଶ୍ରୀ ଜୀଉ ମାନେ ଭୋଗ ଗ୍ରହଣ ଆରମ୍ଭକରିବା ପରେ ବିଭିନ୍ନ ୱାର୍ଡକୁ ଯାଇ ଭକ୍ତଙ୍କ
ଠାରୁ ଭୋଗ ଗ୍ରହଣ କରିଥିଲେ।ପରମ୍ପରାମୁତାବକ ତ୍ରୟୋଦଶୀ ତିଥିରେ ଦୋଳଯାତ୍ରାର ଆବାହକ ଶ୍ରୀ ଶ୍ରୀ ଶ୍ୟାମରାଇ ମହାପ୍ରଭୁଙ୍କ ଜନ୍ମସ୍ଥାନ କରଞ୍ଜିଆ ନିକଟସ୍ଥ ଶରଧା ଗ୍ରାମକୁ ଯାଇ ଭୋଗ ଗ୍ରହଣ କରି ଫେରିବା ପରେ ।ଆଜି ସନ୍ଧ୍ୟା ସମୟରେ ଏକ ବିରାଟ ସଭାଯାତ୍ରା ଉପଜିଲ୍ଲାପାଳ ଙ୍କ ବାସଭବନ ନିକଟରୁ ବାହାରି ଦୋଳ ପଡିଆ ଠାରେ ଶୁଭସ୍ତମ୍ବ ସ୍ଥାପନ ହୋଇଥିଲା ପରେ ଦୋଳ କମିଟିର ସଭାପତି ତଥା ପାଞ୍ଚପିଢ଼ ଉପଜିଲ୍ଲାପାଳ ଏକ ବିରାଟ ପଟୁଆରରେ ଆସି ସମସ୍ତ ଶ୍ରୀ ଜିଉ ମାନଙ୍କୁ ନିମନ୍ତ୍ରଣ କରିବା ପରେ ବିଳମ୍ବିତରାତ୍ରି ପରେ ଉପଖଣ୍ଡର ବିଭିନ୍ନ ସ୍ଥାନରୁ ୧୯ ଗୋଟି ବିମାନରେ ଶ୍ରୀ ଜିଉ ମାନେ ଆସି ମିଳନ ପଡିଆ ଠାରେ ଶ୍ରୀଜୀଉମାନଙ୍କ ଐତିହାସିକ ମହାମିଳନ ଅନୁଷ୍ଠିତ ହେବ ।