ପାଞ୍ଚପିଢ ଓ ବାମନଘାଟି ଉପଖଣ୍ଡ ଅମଲା ସଙ୍ଘ ଓ ଅଣଗେଜେଟେଡ କର୍ମଚାରୀ ସମନୟ ସମିତି ର ବନ୍ଧୁମିଳନ ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ଓଡିଶା ଅମଲା ସଂଘ,ଅଣଗେଜେଟେଡ କର୍ମଚାରୀ ସମନୟ ସମିତି ବାମନଘାଟୀ ଓ ପାଞ୍ଚପିଢ ଉପଖଣ୍ଡ ର ବନ୍ଧୁମିଳନ ଖିଚିଂ ସ୍ଥିତ ମା କୀଚକେଶ୍ବରୀ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅ ଇଅଛି ।ଏହି ବନ୍ଧୁମିଳନ ରେ ବିଭିନ୍ନ ବିଭାଗର ଅମଲା ତଥା କର୍ମଚାରୀଙ୍କ ସମୂହ ଉପସ୍ଥିତି ଆୟଜନକୁ ସାଫଲ୍ୟ ଆଣିଦେଇ ଥିଲା । ଏହିଅବସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଂଘର ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି ଅଧ୍ଯକ୍ଷତା କରିଥିଲେ । ବୈଠକରେ ସଂଘର ବହୁ ପ୍ରତୀକ୍ଷିତ ଦାବି କନିଷ୍ଠ ସହାୟକ ମାନକୁ ସପ୍ତମ ବେତନ ଆୟାଗର ପେ ମାଟ୍ରିକ୍ସ ର ଲେବେଲ ୯ ରେ ଦରମା ପ୍ରଦାନ ଏବଂ ବରିଷ୍ଠ ସହାୟକ, ଉପବିଭାଗୀୟ ଅଧିକାରୀ ପଦବୀ କୁ ଅଧିକ ମାତ୍ରାରେ ସୃଷ୍ଟିକରି କନିଷ୍ଠ ସହାୟକ ମାନଙ୍କୁ ପଦୋନ୍ନତି ଦେବା ମୁଖ୍ୟ ପ୍ରସଙ୍ଗ ଥିଲା । ଉକ୍ତ ବିଷୟରେ ସଂଘର ସଭାପତି ଶିବାଜି ଶତପଥୀ ଓ ସଭ୍ୟ ସଂଜିତ କୁମାର ଗିରି ବିସ୍ତୃତ ବିବରଣୀ ପ୍ରଦାନ ନ କରିଥିଲେ । ଅଣଗେଜେଟେଡ କର୍ମଚାରୀ ସମନୟ ସମିତି ର ରାଜ୍ୟ ସଭ୍ୟ ବୈଦ୍ୟନାଥ ମିଶ୍ର ଓ ଉପବିଭାଗୀୟ ଅଧିକାରୀ ବାଲକରାମ ବାସ୍କେ ସଂମାନିତ ଅତିଥି ଭାବେ ଯୋଗଦେଇଥିଲେ ଏବଂଉକ୍ତ ପ୍ରସଙ୍ଗର ବର୍ତମାନର ପରିସ୍ଥିତି ବିଷୟରେ ବୈଠକରେ ସୂଚନା ପ୍ରଦାନ କରିଥିଲେ । ଦିତୀୟ ଅଧୂବେଶନ ରେ ସଂଘର ବାର୍ଷିକ ବନ୍ଧୁମିଳନ ତଥା ନିକଟରେ ଅବସର ଗ୍ରହଣ କରିଥିବା ଅମଲା ମାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରଯାଇଥିଲା । ଏହି ପର୍ଯ୍ୟାୟ ରେ ବରିଷ୍ଠ ସହାୟକ ମଦନ ମୋହନ ବାରିକ, ଙ୍କୁ ଉପଢଉକନ ତଥା ପୁଷ୍ପ ଗୁଚ୍ଛ ଦେଇ ସମ୍ବନ୍ଧିତ କରଯାଇଥିଲା । ନୂତନ କରି କନିଷ୍ଠ ସହାୟକ ପଦରେ ଯୋଗଦାନ କରିଥିବା ଭାଇ ଓ ଭଉଣୀ ମାନେ ଅମଲା ପରିବାର ର ସଦସ୍ୟ ତା ଗ୍ରହଣ କଲେ, ତାଙ୍କୁ ସ୍ବାଗତ କରାଗଲା । ଏହି ସମ୍ବଦ୍ଧନା ଓ ସ୍ବାଗତ କାର୍ଯ୍ୟକ୍ରମକୁ ବରିଷ୍ଠ ସହାୟକ କପିଳେନ୍ଦ୍ର ମହାନ୍ତି ,ଚୂତାକର୍ଣ ମହାନ୍ତି କନିଷ୍ଠ ସହାୟକ ଶିବଶଙ୍କର ମହାକୁତ, ଲକ୍ଷ୍ମୀ ବେହେରା, ଲାବଣ୍ୟ ନାଏକ,କୁନାଳସେନମହାନ୍ତି,ନିର୍ମଲ ମହାନ୍ତି,ସୌମିତ୍ର ମହାନ୍ତି,ଅଶୋକ କୁମାର ମହାନ୍ତି,ଧୃବ ଚରଣ ପଳେଇ ଓ ବଟକୃଷ୍ଣ ନାୟକ ପରିଚାଳନା କରିଥିଲେ । ପରିଶେଷରେ ଦିନେଶ କୁମାର ସାହୁ, ଉପବିଭାଗୀୟ ଅଧିକାରୀ କୃତଜ୍ଞତା ଜଣାଇ ଆଗାମୀ ବର୍ଷ ପାଇଁ ସଂଘର କାର୍ଯ୍ୟ ଖସଡା ପାଠକରି ସମସ୍ତଙ୍କର ପୂର୍ବଭଳି ସହଯୋଗ, ଉନ୍ନତି ସମୃଦ୍ଧି କାମନାକରି ଆୟଯୋକ ଓ ଉପସ୍ଥିତ ଅମଲାମାନଙ୍କୁ ସାଙ୍ଗଠନିକ ମନୋବୃତି ନେଇ ଶୃଙ୍ଖଳିତ ଭାବରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।