ପାଞ୍ଚପୀଢ଼ ଉପଖଣ୍ଡ ୩୯୧ ଅଧ୍ୟାପକ ଓ କର୍ମଚାରୀ ସଂଘର କରଞ୍ଜିଆ ବିଧାୟକ ଙ୍କୁ ଦାବିପତ୍ର ପ୍ରଦାନ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ପାଞ୍ଚପୀଢ଼ ଉପଖଣ୍ଡ ୩୯୧ କଲେଜ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ଏକ ପ୍ରତନିଧି ମଣ୍ଡଳ ତାଙ୍କ ଠାକୁର ମୁଣ୍ଡା ବାସଭବନରେ ସାକ୍ଷାତ ଆଲୋଚନା କରି ବିଭିନ୍ନ ଦାବୀ ସମ୍ବଳିତ ଏକ ଦାବିପତ୍ର କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବ୍ରୁରୁ ଙ୍କୁ ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ରେ ୧୯୯୪ ଅନୁଦାନ ନିୟମ ରେ ରାଜ୍ୟରେ ପ୍ରତିଟି ପଛୁଆ ଓ ଜନଜାତି ବ୍ଲକ ରେ ଗୋଟିଏ ମହିଳା ମହାବିଦ୍ୟାଳୟ, ଦୁଇ ଟି +୨ ମହାବିଦ୍ୟାଳୟ,ଓ ଗୋଟିଏ +୩ ଡିଗ୍ରୀ ମହାବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ପାଇଁ ବ୍ୟବସ୍ଥା ଥିଲା । ହେଲେ ସରକାର ୧୯୯୪ ନିୟମ ପ୍ରତିବଦଳରେ ୨୦୦୮ ବ୍ଲକ ଗ୍ରାଣ୍ଟ ପରିସର ଭୁକ୍ତ କରିଥିଲେ । ଯାହା ଫଳରେ ଅନେକ ଅଧ୍ୟାପକ ଓ କର୍ମଚାରୀ ଅନୁଦାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ଯେଉଁ ମାନେ ଅନୁଦାନ ପାଉଛନ୍ତି ସେମାନେ ପେନସନ ପାଇବାରୁ ବଞ୍ଚିତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ର ୩୧ କଲେଜ ମଧ୍ୟରୁ ୨ ଟି ଓ କେନ୍ଦୁଝର ଜିଲ୍ଳାର ୧୦ ଟି କଲେଜ ମଧ୍ୟରୁ ୨ ଟି କଲେଜ ଅଦ୍ୟାବଧି ସର୍ବୋଚ୍ଚ ନ୍ୟାୟାଳୟ ର ହସ୍ତକ୍ଷେପ ଯୋଗୁଁ ୧୯୯୪ ଅନୁଦାନ ର ସମସ୍ତ ସୁବିଧା ସୁଯୋଗ ପାଇ ଆସୁଛନ୍ତି । ସଂଘ ର ଦାବି ଅନୁସାରେ ୧୯୯୪ ଅନୁଦାନ ଅନୁସାରେ ପୂର୍ଣ୍ଣ ଅନୁଦାନ ସାଙ୍ଗକୁ ପେନସନ ବ୍ୟବସ୍ଥା ପାଇଁ ବିଧାୟକଙ୍କ ମାଧ୍ୟମ ରେ ରାଜ୍ୟର ମୁଖ୍ୟମନ୍ତ୍ରୀ , ମୁଖ୍ୟ ଶାସନ ସଚିବ ,ଓ ଶିକ୍ଷା ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ‌କରାଯାଇଛି । ଏହି ଦାବି ପତ୍ର ଦେବା ଅବସରରେ ପାଞ୍ଚ ପିଢ଼ି ଡିଗ୍ରୀ ମହିଳା ମହାବିଦ୍ୟାଳୟର ର ଅଧ୍ୟକ୍ଷା ପ୍ରଣତି ବାରିକ , କାଦଡିହା ରଘୁନାଥ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଭାଗବତ ଲେଙ୍କା ,+୨ ଅଧ୍ୟକ୍ଷ ଡକ୍ଟର ଜ୍ୟୋତିର୍ମୟୀ ତ୍ରିପାଠୀ , ଅଧ୍ୟାପକ ଜନ୍ମେଜୟ ଶତପଥୀ , ଠାକୁର ମୁଣ୍ଡା +୩ ମହାବିଦ୍ୟାଳୟ ର ଅଧ୍ୟାପକ ଅନୀଲ ପ୍ରଧାନ , ଅଧ୍ୟାପକ ଗୋବର୍ଦ୍ଧନ ମହାନ୍ତ , ଅଧ୍ୟାପକ ଜୟନ୍ତ ପାତ୍ର , ଶଶିଭୂଷଣ ରାଉତ , ଦୁର୍ଗା କାନ୍ତ ମହାନ୍ତ,ଅଜୟ କୁମାର ନାୟକ , ଭାଗିରଥି ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ପଦ୍ମ ଚରଣ ହାଇବ୍ରୁର ଏ ବାବଦରେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିନିଧିମଣ୍ଡଳୀ କୁ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ