ପାତଳେଶ୍ୱର ଶୈବପୀଠରୁ ଚୋରି
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଥିବା ଶ୍ରୀ ପାତଳେଶ୍ୱର ଶୈବପୀଠ ରୁ କିଛି ଦୁର୍ବୃତ୍ତ ଦାନବକ୍ସ ଭାଙ୍ଗି ଚୋରି କରିଛନ୍ତି।ଏନେଇ ଶୈବପୀଠ ପ୍ରତିଷ୍ଠାତା ପ୍ରମୋଦ କୁମାର ମିଶ୍ର ଥାନାରେ ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୦୯/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗତ ଗୁରୁବାର ବିଳମ୍ବିତ ରାତି ରେ ଦୁର୍ବୃତ୍ତ ମାନେ ଶୈବପୀଠ ପରିସର କଠୋରୀ ତାଲା ଭାଙ୍ଗି ସେଥିରେ ଥିବା ପ୍ରାୟ ୧୦ ହଜାର ଟଙ୍କା ଏବଂ ଦାନହୁଣ୍ଡି ରୁ ପ୍ରାୟ ୩୦ ହଜାର ଟଙ୍କା ସମେତ ପିତ୍ତଳ ନିର୍ମିତ ବିଭିନ୍ନ ପୂଜା ସାମଗ୍ରୀ ଲୁଟି ନେଇଛନ୍ତି ।ସେହିପରି ଶୈବପୀଠ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଡିସ୍କ୍ କୁ ଭାଙ୍ଗି ପୋଖରୀ ରେ ଫିଙ୍ଗି ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।