ପାରଳାରେ ନିର୍ମାଣଧୀନ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣରେ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି. ଏଥିରେ ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲା ଓ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବହୁ ଭକ୍ତ ପାରଳାଖେମୁଣ୍ଡି ଆସି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ନିଜ ନିଜକୁ ସାମିଲ କରିବା ସହ ଭିନ୍ନ ଭିନ୍ନ ଭାବେ ସହଭାଗୀ ହୋଇ ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସରେ ପାରଳା ସହରର ମାଟିଆ ସାହି ନିବାସୀ ଟି. ଶ୍ରୀନିବାସ ରାଓ ଏବଂ ତାଙ୍କ ଧର୍ମପତ୍ନୀ ଟି. ଶ୍ରୀଦେବୀ ୨୨୨୨୨୨ ଟଙ୍କା ନୂତନ ମନ୍ଦିର ନିର୍ମାଣ ସକାଶେ ପ୍ରଦାନ କରିଛନ୍ତି. ସେହିପରି ପାରଳାଖେମୁଣ୍ଡି ସହରର ଅନ୍ୟ ଜଣେ ଭକ୍ତ ଆର. ଏ. ବିଶାଲାକ୍ଷୀ ୧୦ ହଜାର ଟଙ୍କା ପ୍ରଦାନ କରି ମନ୍ଦିର ନିର୍ମାଣ କାର୍ୟ୍ୟରେ ସହାଭାଗୀ ହୋଇଛନ୍ତି. ମନ୍ଦିର ନିର୍ମାଣ କମିଟି ତରଫରୁ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ସମସ୍ତ ସଦସ୍ୟମାନେ ଉଭୟଙ୍କୁ ସାଧୁବାଦ ଜଣାଇଛନ୍ତି.