ପାରଳା ଗଜପତି କଲେଜର ଛାତ୍ରୀ ସ୍ନେହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସରେ ସମ୍ମାନୀତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଗଜପତି କଲେଜର ପ୍ରତିଭାବାନ ଛାତ୍ରୀ ସ୍ନେହା ବେହେରା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସରେ ସମ୍ମାନୀତ କରାଯାଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲାର କ୍ରୁଷ୍ଣଚନ୍ଦ୍ର ଗଜପତି (ସ୍ୱୟଂଶାସିତ) ମହାବିଦ୍ୟାଳୟର ଶେଷ ବର୍ଷ ଓଡିଆ (ଉଚ୍ଚମାନ) ଛାତ୍ରୀ ସ୍ନେହା ବେହେରାଙ୍କୁ ନୀଳକଣ୍ଠ ଦାସ ବକ୍ତ୍ରୁତା ପ୍ରତିଯୋଗିତାରେ ତ୍ରୁତୀୟ ସ୍ଥାନ ଅଧିକାର କରିଛନ୍ତି. ତାଙ୍କୁ ପୁରସ୍କାର ସହ ୭୫୦ ଟଙ୍କା ମୁଖ୍ୟଅତିଥି ପରିବହନ, ବାଣିଜ୍ୟ, ଖଣି ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରଦାନ କରିଛନ୍ତି. ବିଶ୍ୱବିଦ୍ୟାଳୟର କୁଳପତି ଗୀତାଂଜଳୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସୂଚନା ଅଧିକାର କମିଶନର ସୁନୀଲ କୁମାର ମିଶ୍ର ମୁଖ୍ଯବକ୍ତା ରୂପେ ଯୋଗଦାନ କରିଥିଲେ। ପ୍ରତିଷ୍ଠିତ ସାମ୍ବାଦିକ ରବି ରଥଙ୍କୁ ମଧ୍ୟ ଏହି ସମାବେଶରେ ସମ୍ମାନୀତ କରାଯାଇଥିଲା।