ପାରଳା ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟର ସମୀକ୍ଷା ବୈଠକରେ ପୁରାତନ କାମକୁ ତୁରନ୍ତ ସାରିବାକୁ ନିର୍ଦେଶ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କାଶୀନଗର , ଗୋଷାଣି ଓ ଗୁମ୍ମା ବ୍ଲକ ଓ ପାରଳାଖେମୁଣ୍ଡି ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ର ସର୍ବାଙ୍ଗୀନ ବିକାଶ ନିମନ୍ତେ  ଆଜି ରୁପେଶ କୁମାର ପାଣିଗ୍ରାହୀ, ବିଧାୟକ ପାରଳାଖେମୁଣ୍ଡିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାରଳା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି।  ଏହି ବୈଠକରେ  ଜି.ତିରୁପତି ରାଓ, ସଭାପତି ଜିଲ୍ଲାପରିଷଦ ଗଜପତି, ଜିଲ୍ଲାପାଳ  ବିଜୟ କୁମାର ଦାଶ, ଏସ.ଅନନ୍ଧ, ଜିଲ୍ଲା ବନଖଣ୍ଡ ଅଧିକାରୀ,ଡ଼.ଗୁଣନିଧି ନାୟକ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି  ଓ ଅଂଶୁମାନ ମହାପାତ୍ର, ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ।ଏହି  ବୈଠକରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର  କୃଷୀ,ଉଦ୍ୟାନ,ସ୍ଵାସ୍ଥ୍ୟ, ଶିକ୍ଷା, ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା,ସାମାଜିକ ସୁରକ୍ଷା ,ସମାଜ ମଙ୍ଗଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ଜିଲ୍ଲା ଶିଳ୍ପ କେନ୍ଦ୍ର, ପଞ୍ଚାୟତ ରାଜ ବିଭାଗ, ରାସ୍ତା ଓ କୋଠାବାଡ଼ି, ପାନୀୟ ଜଳ, ଜଙ୍ଗଳ ବିଭାଗ, କ୍ଷୁଦ୍ର ଜଳସେଚନ, ଜଳ ବିଭାଜିକା,ବିଦ୍ୟୁତ୍ ବିଭାଗ ବୋଲି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଛି । ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପଡ଼ି ରହିଥିବା କାର୍ଯ୍ୟକୁ ତୁରନ୍ତ ସମାଧାନ କରିବା ଓ ଚାଲୁଥିବା କାର୍ଯ୍ୟକୁ ତୁରନ୍ତ ସମାପ୍ତ କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଯେଉଁ ବିଭାଗର କାର୍ଯ୍ୟ ଦୀର୍ଘ ଦିନ ଧରି ପଡ଼ି ରହିଥିବା କାର୍ଯ୍ୟକୁ ତୁରନ୍ତ କରିବାପାଇଁଅଧ୍ୟ କହିଥିଲେ। ସେହିପରି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର  କିପରି ବିକାଶ ହୋଇପାରିବ  ସେ ସଂପର୍କରେ ସମସ୍ତ ବିଭାଗର  ଅଧିକାରୀଙ୍କୁ ମାନ୍ୟବର ବିଧାୟକ  କହିଥିଲେ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିଜ ନିଜ ବିଭାଗର ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରାଇବା ସହିତ ବିଭାଗରେ ଅଟକି ରହୁଥିବା ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସମୀକ୍ଷା କରିବା ଓ ସଂପୃକ୍ତ ବିଭାଗ ସହ ଯୋଗାଯୋଗ କରି ଉକ୍ତ ବିଭାଗର କାର୍ଯ୍ୟର ତୁରନ୍ତ କରିବା ପାଇଁ କହିଥିଲେ ।ଏହି ବୈଠକରେ ଗୁମ୍ମା  ପଞ୍ଚାୟତ ସମିତି ଅଧ୍ୟକ୍ଷା  ସୁନେମୀ ମଣ୍ଡଳ,କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା  ବାଳା ସାୟାମା , ଗୋଷାଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ୍.ବୀରା ରାଜୁ ,  ନିର୍ମଳା ସେଠୀ, ଅଧ୍ୟକ୍ଷା ପୌରପରିଷଦ ପାରଳାଖେମୁଣ୍ଡି, କାଶୀନଗର , ମହେଶ୍ବର ସାହୁ,ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ଗଜପତି,ଗୁମ୍ମା ଓ ଗୋଷାଣି  ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ