ପାରଳା ବଡ ରାଧାକାନ୍ତ ମଠରେ କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମ ସମାପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାର୍ତ୍ତିକ ମାସରେ ପାରଳାଖେମୁଣ୍ଡି ରାଜଦାଣ୍ଡସ୍ଥିତ ବଡ ରାଧାକାନ୍ତ ମଠରେ ପାରମ୍ପାରିକ ନୀତିକାନ୍ତିକୁ ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳନ କରାଯାଇଥାଏ. ପ୍ରବଳ ଭକ୍ତମାନଙ୍କ ଆଗମନ ଓ ଦର୍ଶନ ସହ ନିୟମିତ ଦିବସର ରାଧାକୃଷ୍ଣଙ୍କ ପୂଜାବିଧି ପୂଜକ ପ୍ରାଣନାଥ ଗୌରାଙ୍ଗ ଦାସଂକ ପରିଚର୍ଯ୍ୟାରେ ସମାପନ ହୋଇଯାଇଛି। ଅକ୍ଟୋବର ୧୪ ତାରିଖଠାରୁ ନଭେମ୍ୱର ୧୨ ତାରିଖ ଦୀର୍ଘ ଏକମାସର ତିଥି ହୋଇଛି। ପ୍ରତ୍ୟେକ ଦିନ ପ୍ରାତଃ ୪.୩୦ରୁ କୀର୍ତ୍ତନ ଓ ପ୍ରଭାତ ସହ ରାଧାକୃଷ୍ଣ ଓ ଜଗନ୍ନାଥଙ୍କ ଆଳତି ହୋଇଥିଲା। ତତ୍ ସଂଗେସଂଗେ ଗୋପାଳ ଗୁରୁଂକ ତିଥି,ଅଂଳାନବମୀରେ ଅଂଳା ଗଛ ନିକଟରେ ପୂଜା, ଦଶମୀରେ ଅଦିବାସ,ଅଷ୍ଟପ୍ରହର ନାମ ସଂକୀର୍ତ୍ତନ, ଦ୍ୱାଦଶୀରେ ମହନ୍ତ ଗୌରଗୋବିନ୍ଦଦାସଂକ, ଚତୁର୍ଦ୍ଦଶୀ ଅଦିବାସ (ନାମଜପ) ଇତ୍ୟାଦି ଯଥା ବଧି ସୂଚାରୁ ରୂପେ ସମାପିତ ହୋଇଯାଇଛି। ସହଯୋଗୀ ଗୋପାଳକୃଷ୍ଣ ପଟ୍ଟନାୟକ,ଗୌରାଙ୍ଗ ବାରିକ,ଗୋପିନାଥ ସାହୁ,ରଚନା ସାମନ୍ତରାଏ,ହରପ୍ରସାଦ ପାଢୀ ଏହାର ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ