ପାରଳା ବିଧାୟକ କୃଷି, ଶିକ୍ଷା, ଜଳସେଚନ ଓ ପାନୀୟ ଜଳ ସମସ୍ୟାର ସ୍ଥିତି ଅନୁଧ୍ୟାନ କଲେ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅଧୀନରେ ଥିବା କୃଷଜ ମାନଙ୍କ ଦୀର୍ଘ ଦିନ ଧରି ରହିଥିବା କୃଷି, ଜଳସେଚନ ସମସ୍ୟାର ସମାଧାନ କରିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ କାଶୀନଗର ଗସ୍ତ କରି ବ୍ଲକର ବିଭିନ୍ନ ଅଞ୍ଚଳ ମଧ୍ୟରେ ଥିବା ଚେକ ଡ୍ୟାମ ଗୁଡିକ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ. ଚେକଡ୍ୟାମ ଗୁଡିକର ପୁନରୁଦ୍ଧାର, ମରାମତି ଓ ଗତି ପରିବର୍ତନ କରିବା ପାଇଁ ବିଧାୟକଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ. ଅଲୋଡ଼ା ପଞ୍ଚାୟତ ମଧ୍ୟରେ ଥିବା ବାଇଝାଲ ଡ୍ୟାମର ପାଣି ସେଠାକାର ଚାଷ ଜମି ମାନଙ୍କରେ କିପରି ପହଂଚି ପାରିବ ସେଥିପାଇଁ ବିଧାୟକ ଶ୍ରୀ ପାଣିଗ୍ରାହି ଜଳସେଚନ ବିଭାଗର ପ୍ରମୁଖ ସଚିବଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିବା ପରେ ଜଳ ସମ୍ପଦ ବିଭାଗ ଏହାକୁ ଗୁରୁତ୍ବ ଦେଇ ଏକ ବୈଷୟିକ ଦଳକୁ ପଠାଇଥିଲେ. ଏହି ଦଳ ସେହି ଡ୍ୟାମ ନିକଟକୁ ବିଧାୟକଙ୍କ ସହ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସେଠାକାର ଚାଷୀ ଓ ଅଞ୍ଚଳବାସୀଙ୍କ ସହ ସରପଞ୍ଚ, ବିଭାଗୀୟ ଅଧିକାରୀମାନେ ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି କ୍ଷୁଦ୍ର ଜଳ ସେଚନ ବିଭାଗ ଏସଡିଓ ଏବଂ ଯନ୍ତ୍ରୀଙ୍କୁ ତୁରନ୍ତ ଏକ ନକ୍ସା କିମ୍ବା ପ୍ଲାନ କରି ସମସ୍ୟାର ସାମଧାନ କରିବାକୁ ପରାମର୍ଶ ଦେଇଥିଲେ. ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରାୟ ହଜାରେ ଏକର ଜମିକୁ ପାଣି ପହଂଚି ପାରିବ ବୋଲି ଗ୍ରାମବାସୀ ଓ ଚାଷୀମାନେ କହିଥିଲେ, ସେଠାରୁ ଖାଣ୍ତବ ପଞ୍ଚୟତର ଏକ ଚେକ ଡ୍ୟାମ ଓ ବୁରୁଡି ଗ୍ରାମ ନିକଟରେ ଥିବା ଚେକ ଡ୍ୟାମ ନିକଟରେ ପହଂଚି ସ୍ଥିତି ଅନୁଧ୍ୟାନ କରି ଉପସ୍ଥିତ ଚାଷୀ ମାନଙ୍କ ସମସ୍ୟାର ସାମଧାନ ଖୁବ ଶୀଘ୍ର କରାଯିବ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ. ଏଥିସହ ବିଧାୟକଙ୍କ ଏହି ଗସ୍ତ ସମୟରେ ଶିକ୍ଷା ଓ ପାନୀୟ ଜଳ ସମସ୍ୟା ନେଇ ଲୋକେ ଅସୁବିଧା ଜଣାଇଥିଲେ. ଏହି ଅନୁଧ୍ୟାନ ସମୟରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ଅଧ୍ଯକ୍ଷା ବାଲା ସାଇଗ୍ନା, ଅଳଡା ସରପଞ୍ଚ ଓ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ.