ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପିକା ସୌଦାମିନୀ ପଣ୍ଡାଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମହିଳା ସ୍ନାତକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ସୌଦାମିନୀ ପଣ୍ଡାଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା। ଏହି ଭାବମୟ ପରିବେଶରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ, ମହାବିଦ୍ୟାଳୟର ଅଧ୍ଯକ୍ଷା, ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀବୃନ୍ଦ ଉପସ୍ଥିତ ରହି ବିଦାୟୀ ଅଧ୍ୟାପିକା ଶ୍ରୀମତୀ ପଣ୍ଡାଙ୍କ ଦୀର୍ଘ ୨୬ ବର୍ଷର ଅଧ୍ୟାପନା ଅନୁଭୂତିର ସ୍ମୃତି- – ଚାରଣ କରିଥିଲେ । ସଭାରେ ଅଧ୍ଯକ୍ଷତା କରିଥିବା, ଅଧ୍ଯକ୍ଷା ଡ ରୀନା ସାହୁ, ଶ୍ରୀମତୀ ପଣ୍ଡାଙ୍କ ସହିତ ଜଡିତ ସହକର୍ମୀର ଅନୁଭୂତି ବଖାଣିବାକୁ ଯାଇ, ସେ କିପରି ଜଣେ ଛାତ୍ରୀବତ୍ସଳା, ଅମାୟିକା, ପରୋପକାରୀ, ସମୟାନୁବର୍ଷିତା, ସହଭାଗିତା, ସହନଶୀଳା ତଥା ଶୃଙ୍ଖଳିତ ବ୍ୟକ୍ତିତ୍ଵ ତା’ ଉପରେ ଆଲୋକପାତ କରିଥିଲେ I ଅନୁଷ୍ଠାନର ସମସ୍ତ କର୍ମଚାରୀବୃନ୍ଦ ଅଧ୍ୟାପିକା ସୌଦାମିନୀ ପଣ୍ଡାଙ୍କ ସହିତ ବିତାଇଥିବା ପାରିବାରିକ, ସଂପର୍କକୁ ନେଇ ନିଜ ନିଜ ସମ୍ବେଦନଶୀଳ ଅନୁଭୂତି ବଖାଣିଥିଲେ। ସେହିପରି ଛାତ୍ରୀମାନେ ମଧ୍ୟ ଶ୍ରୀମତୀ ପଣ୍ଡାଙ୍କର ଅଧ୍ୟାପନା ଶୈଳୀ ଓ ବାଗ୍ମୀତା ଦ୍ଵାରା କିପରି ଉପକୃତ ହୋଇଛନ୍ତି ଆଲୋଚନା କରିଥିଲେ I ବିଦାୟ ସମ୍ବଦ୍ଧନାର ପ୍ରତ୍ୟୁତ୍ତରରେ ଅଧ୍ୟାପିକା ସୌଦାମିନୀ ପଣ୍ଡା ତାଙ୍କ କର୍ମ କ୍ଷେତ୍ରକୁ କିପରି ଏକ ପରିବାର ସଦୃଶ ମଣୁଥିଲେ ଏବଂ ଅଧ୍ୟାପନା ତାଙ୍କ ପାଇଁ ଏକ ବୃଭି ନୁହେଁ, ଏକ ଆଗ୍ରହ ବା ରୁଚି ଥୁଲା ତାହା ତାଙ୍କ ଆବେଗମୟ ଭାଷଣରେ ଉପସ୍ଥାପନା କରିଥିଲେ। ବିଦାୟୀ ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପଣ୍ଡାଙ୍କ ସମ୍ମାନାର୍ଥେ ଉପଢୌକନ, ମାନପତ୍ର, ସ୍ମାରକ ସହ ନୈର୍ଶଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସ୍ମୃନିରୀକ୍ଷଣରେ ପରିଚାଳନା କରିଥିଲେ।