ପାରଳା ସ୍ମାର୍ଟ ସ୍କୁଲର ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଏକ ରଙ୍ଗାରଙ୍ଗ ପରିବେଶରେ ପାରଳାଖେମୁଣ୍ଡି ସ୍ଥିତ ସ୍ମାର୍ଟ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପଡିଆରେ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ଶିକ୍ଷାବିତ ବିଚିତ୍ରାନନ୍ଦ ବେବର୍ତ୍ତା, ଡ଼ଃ ଅଶୋକ ମିଶ୍ର, ଶ୍ରୀ ମିର ସାଦତ ଅଲ୍ଲୀ ପ୍ରମୁଖ ଯୋଗ ଦେଇଥିଲେ. ବାର୍ଷିକ ଉତ୍ସବ ସନ୍ଧ୍ୟାର ମୁଖ୍ୟ ଆକାଶ୍ରଣ ଥିଲେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ନିର୍ଦେଶକ ଶ୍ରୀ ଟି. କ୍ରିଷ୍ଣା ମୋହନ ରେଡ଼ୀ. ସମସ୍ତ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବାର୍ଷିକ ଉତ୍ସବକୁ ଆରମ୍ଭ କରିଥିଲେ. ନିଜର ଅଭିଭାଷଣ ମାଧ୍ୟମରେ ସ୍କୁଲର ଅଧକ୍ଷା ଶ୍ରୀମତୀ ସ୍ଵାଗତିକା ମିଶ୍ର ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ଓ ବର୍ତ୍ତମାନର ସମୟରେ ଶିକ୍ଷାର ପରିବର୍ତ୍ତିତ ରୂପ ଉପରେ ଆଲୋକପାତ କରଥିଲେ. ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେଵାର୍ତା, ଏହି ଅଞ୍ଚରେ ଏପରି ଏକ ବିଦ୍ୟାଳୟର ପରିକଳ୍ପନା କରିଥିବା ପାଇଁ ପରିଚାଳନା ସମିତିକୁ ଭୁରି ପ୍ରଶଂସା ଓ ସାଧୁବାଦ କରିଥିଲେ. ଅନ୍ୟାନ ଅତିଥିମାନେ ବିଦ୍ୟାଳୟ କାର୍ଯ୍ୟ ପ୍ରଣାଳୀକୁ ଭୂୟସୀ ପ୍ରଶଂସା କରିଥିଲେ. ସମସ୍ତଙ୍କର ଆକାଶଣ ଶ୍ରୀ. ଟି. କ୍ରିଷ୍ଣା ମୋହନ ରେଡି ବିଦ୍ୟାଳୟର କୁନି ପିଲାମାନଙ୍କର ନୃତ୍ୟ ପ୍ରଦଶନରେ ବିମୋହିତ ହୋଇଥିଲେ. ଯଦି ଆଗାମୀ ଦିନରେ ସମ୍ଭବ ହୁଏ ତ ସେ ନିଜ ପିଲାମାନଙ୍କୁ ନୃତ୍ୟ ପ୍ରଦଶନର ତାଲିମ ସେବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ. କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ. ବିଦ୍ୟାଳୟ ଦ୍ୱାରା ଅନୁଷ୍ଠିତ ହୋଇଥିବା “ଟ୍ୟାଲେଣ୍ଟ ଫିଏଷ୍ଟା” ର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା. ସମସ୍ତ ସଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁ ଶୁଭେନ୍ଦୁ ମୋହନ ସେନାପତି ଓ ଗୁରୁ ଗ୍ରେସ ସାମଲ ପରିଚାଳନା କରିଥିଲେ. ଅଭିଭାବକ ବୃନ୍ଦ ବିଦ୍ୟାଳୟର ଏହି ପ୍ରକାରର ବାର୍ଷିକ ଉତ୍ସବର ଆୟୋଜନରେ ଅତ୍ୟନ୍ତ ଖୁସି ପ୍ରକଟ କରିଥିଲେ. ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ଲିନା କର, ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ, ଶ୍ରୀ ରବୀ କୁମାର ପଟ୍ଟନାୟକ, ଡ଼ଃ ଅନୀଲ କୁମାର ଆଚାର୍ଯ୍ୟ, ଶ୍ରୀ ହରୀ ସାହୁକାର ପ୍ରମୁଖ ପରିଚାଳନା କରିଥିଲେ. ରମାକାନ୍ତ ବରାଳ ଓ ଜଗନ ପାଣିଗ୍ରାହୀଙ୍କର ମଞ୍ଚ ପରିଚାଳନା ଓ ମଞ୍ଚର ସୁନ୍ଦରତା ଅତି ଉଚ୍ଚକୋଟିର ଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ