ପିପୁଲସ କଲେକ ଏନ.ଏସ.ଏସ. ୟୁନିଟ -୨ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜ ଜାତୀୟ ସେବା ଯୋଜନା ୟୁନିଟ – ୨ ପକ୍ଷରୁ ଡିସେମ୍ବର ୦୧ ତାରିଖ ଦିନ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି। ଆମ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୮ ହଜାର ୪୮୪ ଜଣ ଏଡସ ରୋଗୀ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାର ପୋଲସରା ବ୍ଳକ ଓ ଏନଏସିରେ ସର୍ବାଧିକ ୧୩୪୨ ଜଣ ଏଡସ ରୋଗୀ ଥିବା ବେଳେ ବୁଗୁଡା ବ୍ଲକ ଓ ଏନଏସି ରେ ୬୧୦ ଜଣ ଏଡସ ରୋଗୀ ଅଛନ୍ତି। ବିଶେଷ କରି ୨୫ ବର୍ଷରୁ ୪୯ ବର୍ଷ ମଧ୍ୟରେ ସର୍ବାଧିକ ଏଡସ ରୋଗୀ ଥିବାର ଜଣାପଡ଼ିଛି। ଜନସଚେତନତା ଦ୍ଵାରାହିଁ ଏଡସ ରୋଗକୁ ରୋକା ଯାଇପାରିବ। ଏଡସ ରୋଗର ସଚେତନତା ପାଇଁ ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା ୟୁନିଟ -୨ ପକ୍ଷରୁ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଏକ ପୋଷ୍ଟର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏନଏସଏସ ୟୁନିଟ-୨ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ଏଡସ ରୋଗର କାରଣ, ନିରାକରଣ ଓ ସଚେତନତା ଉପରେ ସ୍ୱେଚ୍ଛାସେବୀଙ୍କୁ ଧାରଣା ଦେବା ପରେ ପୋଷ୍ଟର ପ୍ରତିଯୋଗିତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଚାରକ ଭାବେ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଅଧ୍ୟାପକ ଦିଲୀପ କୁମାର ସାହୁ ଓ ଅଧ୍ୟାପିକା ଚିନ୍ମୟୀ କୁମାରୀ ପାତ୍ର ଯୋଗ ଦେଇଥିଲେ।ପୋଷ୍ଟର ପ୍ରତିଯୋଗିତାରେ +୩ ର ଶେଷ ବର୍ଷ କଳା ଛାତ୍ରୀ ଜ୍ୟୋତି ପ୍ରଧାନ ପ୍ରଥମ , ଶେଷ ବର୍ଷ କଳା ଛାତ୍ରୀ ଶୁଭଶ୍ରୀ ନାୟକ ଦ୍ବିତୀୟ ଓ ପ୍ରିୟଙ୍କା ଗୌଡ଼ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ