ପୁଅର ଜନ୍ମଦିନ ଉପଲକ୍ଷେ ରକ୍ତଦାନ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସମସ୍ତ ବାପା ମା ଚାହାନ୍ତି ନିଜ ସନ୍ତାନର ଜନ୍ମଦିନକୁ ଖୁବ ଭଲରେ ବନାଇବା ପାଇଁ । କେକ୍ କାଟି ଭୋଜି କରି ଆଡମ୍ବରରେ ପାଳନ କରିଥାନ୍ତି । କିନ୍ତୁ ଛତ୍ରପୁର ଅଂଚଳର ଯୁବ ନେତା ଦେବାଶିଷ ପଟ୍ଟନାୟକ ନିଜ ପୁଅର ଦ୍ୱିତୀୟ ଜନ୍ମବାର୍ଷିକକୁ କିଛି ଅଲଗା କରି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି । ସେ ଏକ ମେଗାରକ୍ତଦାନ ଶିବିର ଆୟୋଜନ କରିବା ସହ ନିଜେ ରକ୍ତଦାନ କରିଥିଲେ । ଯାହାକି ଏବେ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ରହିଛି ରକ୍ତଦାନ ଏକ ମହତ କାର୍ଯ୍ୟ ଅଟେ ତେଣୁ ସେ ଏହିପରି ପଦକ୍ଷେପ ନେଇଥିବା କହିଥିଲେ । ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଯୋଗ ଦେଇ ଏହାର ଶୁଭାରମ୍ଭ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏପରିକି ନିଜେ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ରକ୍ତଦାନ କରିଥିଲେ । ରକ୍ତ ଅଭାବରୁ କାହାରି ଯେପରି ମୃତ୍ୟୁ ନହେଉ । ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବିର ଗୁଡିକରେ ଯୁବ ପିଢୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଧାୟକ କହିଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୧୯୧ ରକ୍ତ ସଂଗୃହିତ ହୋଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ,ପୂର୍ବତନ ଗଞ୍ଜାମ ବ୍ଲକର ଅଧ୍ୟକ୍ଷ ଡ.ପ୍ରଶାନ୍ତ ନାୟକ, ଛତ୍ରପୁର ଏନଏସିର ୧୨ନଂ ୱାର୍ଡ କାଉନସିଲର ବି.ନିଶ୍ଚଳା. ୧୩ନଂ ୱାର୍ଡ କାଉନସିଲର ସୁମନ୍ତ କୁମାର ନାହାକ, ରୁଇନା ପଟ୍ଟନାୟକ,ସଞ୍ଜିତ ରାଉଳ ଙ୍କ ସମେତ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇଥିଲେ, ଦେବାଶିଷଙ୍କ ଏହିପରି ମହତ୍ୱକାର୍ଯ୍ୟ ପାଇଁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ