ପୁଅ ଝିଅଙ୍କୁ ଅନାଥକରି ମା ବାପାଙ୍କ ଆତ୍ମହତ୍ଯା

ପରୁଷୋତ୍ତମପୁର,(ୱାଏନଏସ): ଗଞ୍ଜାମ ଜିଲା ଅନ୍ତର୍ଗତ ପୁରୁଷୋତ୍ତମପୁର ଥାନା ସ୍ଥିତ କେଏନ ପୁର ପଞ୍ଚାୟତର ଖୋଜିପଲ୍ଲୀ ଗ୍ରାମରେ ରହୁଥିବା ଏକ ପରିବାରର ଦମ୍ପତି ସନ୍ତୋଷସାହୁ (୪୦) ଓ ତାଙ୍କ ପତ୍ନୀ ସସ୍ମିତା ସାହୁ (୩୩) ଆତ୍ମହତ୍ଯା କରିଛନ୍ତି । ଉଭୟଙ୍କ ଆତ୍ମହତ୍ଯା ଫଳରେ ତାଙ୍କର ପୁଅ ଝିଅ ଦୁଇଜଣ ଅନାଥ ହୋଇ ପଡିଛନ୍ତି। ଘଟଣାରୁ ଅନୁଯାଇ ସେମାନଙ୍କର ଝିଅ ସୋନାଲି (୧୨) ଓ ପୁଅ ଶୁଭମ(୮) ସଂଧ୍ଯାରେ ଜେଜେବାପା ରହୁଥିବା ଅନ୍ଯ ଏକ ଘରକୁ ଯାଇ ସେଠାରୁ ନିଜ ନିଜଘରକୁ ଫେରିଥିବା ବେଳେ ଘରର କବାଟ ବନ୍ଦ ରହିଥିବାରୁ ସେମାନେ ବାପା, ମାଆଙ୍କୁ ବହୁସମୟ ପର୍ଯ୍ଯନ୍ତ କବାଟପିଟି ଡାକିଥିଲେ, ହେଲେ କେହି କବାଟ ଖୋଲିନଥିଲେ। ଫଳରେ ଉଭୟ ଭାଇ ଭଉଣି ବାହାରେ ଠିଆହୋଇ କାନ୍ଦିବାରେ ଲାଗିଥିବା ବେଳେ ସାହି ପଡିଶା ଲୋକେ ଏହାଦେଖି ଯାଇ କବାଟ ପିଟିଡାକିଥିଲେ ମଧ୍ଯ କବାଟ ନଖୋଲିବାରୁ ଅନ୍ଯଘରେ ରହୁଥିବା ତାଙ୍କ ଭାଇ, ବାପା ଓ ମହିଳାଙ୍କ ବାପଘରକୁ ଖବର ଦେଇଥିଲେ।
ସମସ୍ତେ ଆଶି ଘର କବାଟଭାଙ୍ଗି ଦେଖିବା ବେଳେ ସ୍ବାମୀ ସନ୍ତୋଷ ନିଜର ପିନ୍ଧା ଲୁଙ୍ଗିରେ ଘରେ ଏକ କାଠରେ ଫାସି ଲଗାଇ ଝୁଲୁଥିବା ବେଳେ ସ୍ତ୍ରୀ ସସ୍ମିତା ଖଟଉପରେ ପଡିଥିବାର ଦେଖାଦେଇଥିଲା। ଏହାକୁ ନେଇ ଲୋକେ ପୋଲିସକୁ ଖବର ଦେଇଥିଲେ। ପୁରୁଷୋତ୍ତମପୁର ଏସଡିପିଓ ରଜନିକାନ୍ତ ସାମଲ ଓ ଥାନା ଏସଆଇ ଶୁଶାନ୍ତ କୁମାର ମିଶ୍ର ଘଟଣାସ୍ତଳକୁ ପହଞ୍ଚି ଉଭୟଙ୍କ ମ୍ତୁତଦେହକୁ ଜବତ କରିଛନ୍ତି।
ସୋମବାର ଏହାର ବ୍ଯବଛେଦ କରାଯିବ ସହ କେଉଁକାରଣରୁ ଦମ୍ପତି ଏଭଳି ଆତ୍ମହତ୍ଯାକଲେ ସେଥିନେଇ ଘଟଣାର ତଦନ୍ତ ଚାଲିଥିବା ନେଇ ଏସଆଇ ମିଶ୍ର ସୂଚନା ଦେଇଛନ୍ତି।

Spread the love

Advertisement

ଏବେ ଏବେ