ପୁଣି ଚମକିଲେ ନବରଙ୍ଗପୁର ଝିଅ ବନୀତା
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ସହର ଗାଦବାଗୁଡା ନିବାସୀ ଗୋପାଳକୃଷ୍ଣ ମହାପାତ୍ରଙ୍କ ନାତୁଣୀ, ନବୋଦୟ ବିଦ୍ୟାଳୟ, ଝାରସୁଗୁଡ଼ାର ଅଧ୍ୟାପକ, ସ୍ତମ୍ଭକାର ବନବିହାରୀ ଦାଶଙ୍କ ଝିଅ ବନୀତା ପୁନର୍ବାର ଅବିଭକ୍ତ କୋରାପୁଟ ପାଇଁ ଗୋୖରବ ଆଣିଛନ୍ତି। ସେ ଆସନ୍ତା ଜାନୁଆରୀ ୧୧ଓ୧୨ ତାରିଖରେ ନୂଆଦିଲ୍ଲୀଠାରେ ଭାରତମଣ୍ଡପମ୍ ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ମହୋତ୍ସବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମ୍ମୁଖରେ “ବିକଶିତ ଭାରତ ଯୁବନେତା ବାର୍ତ୍ତାଳାପ ୨୦୨୫”କାର୍ଯ୍ୟକ୍ରମ ରେ “ସେମିକଣ୍ଡକ୍ଟର ଓ ବିକଶିତ ଭାରତ” ସମ୍ପର୍କିତ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପନ କରିବାକୁ ଓଡିଶା ସରକାରଙ୍କ ତରଫରୁ ମନୋନୀତ ହୋଇଛନ୍ତି।କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ସଫଳତା ହାସଲ କରି ସେ ଏହି ସୁଯୋଗ ଲାଭ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବାପାଇଁ ସେ ଆଠ ଜାନୁଆରୀରେ
ସେ ନୂଆଦିଲ୍ଲୀ ଯାତ୍ରା କରିବେ। ବିନୀତ ଙ୍କ ଏହି ସଫଳତା ପାଇଁ ଜିଲ୍ଲା ରାଜ୍ୟ ଓ ଦେଶର ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।