ପୁଣି ଜନନୀ ଯନ୍ତ୍ରଣା, ପ୍ରସୂତି ମହିଳାକୁ ଖଟିଆରେ ବୋହି ନାଳ ପାର କରାଇଲେ ଗ୍ରାମବାସୀ
ମୋହନା, (ଅଂଶୁମାନ ପଣ୍ଡା):ବାରମ୍ବାର ଜନନୀ ଯନ୍ତ୍ରଣା ଚିତ୍ର ପଦାକୁ ଆସୁଛି ହେଲେ ବ୍ଲକ୍ ପ୍ରଶାସନ ହେଉ କିମ୍ବା ଜିଲ୍ଲା ପ୍ରଶାସନ ରାଜ୍ୟ ସରକାର ଙ୍କ ଦୃଷ୍ଟୀ ଆକର୍ଷଣ ହେଉନି ଯାହା ଦ୍ୱାରା ଗ୍ରାମ କୁ ରାସ୍ତା ନିର୍ମାଣ ହେଉନି ତ୍ କେଉଁଠି ପୋଲ୍ ନିର୍ମାଣ ହେଉନି ଯାହା ଦ୍ୱାରା ଗଜପତି ଜିଲ୍ଲା ମୋହନା ବ୍ଲକ ଠାରୁ ମାତ୍ର ୭ କିମି ଦୂରରେ ଥିବା ଲିଲିଗଡ଼ ପଂଚାୟତ ଠାରୁ ଗୋଟିଏ କିମି ଦୂର କୁସୁମପଲ୍ଲୀ ଗାଁରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି ।ଗାଁକୁ ଭଲ ରାସ୍ତା ନ ଥିବାରୁ ଜଣେ ପ୍ରସୂତି ମହିଳାଙ୍କୁ ଖଟିଆ ରେ ନାଳ ପାର କରାଇ ମେଡିକାଲକୁ ନେଇଛନ୍ତି ଗ୍ରାମବାସୀ । ଗାଁର ବନମାଳୀ ନାୟକଙ୍କ ପତ୍ନୀ ସଂଯନୀ ନାୟକଙ୍କ ପ୍ରସବ ସମୟ ହେବାରୁ ଗାଁକୁ ଆମ୍ବୁଲାନ୍ସ ନ ଯିବାରୁ ଗାଁ ଠାରୁ ଲିଲିଗଡ ଯାଏଁ ଗୋଟିଏ କିମି ରାସ୍ତା ଗ୍ରାମବାସୀ ଖଟରେ ବୋହି ନାଳ ପାର କରାଇ ଚନ୍ଦ୍ରଗିରି ମେଡିକାଲର ଭର୍ତି କରିଥିଲେ । ସେଠାରେ ଏକ ପୁତ୍ର ସନ୍ତାନ ପ୍ରସବ କରିବା ପରେ ପୁଣିଥରେ ଖଟରେ ବୋହି ନାଳ ପାର କରାଇ ଗାଁକୁ ନେଇଛନ୍ତି ଗ୍ରାମବାସୀ । ଏହି ରାସ୍ତା ଉପରେ କୁସୁମପଲ୍ଲୀ, ସୁନାରୀ ପଲ୍ଲୀ, କୁଟିଙ୍ଗପଦର ଗାଁ ସମେତ ୪ ଖଣ୍ଡ ଗାଁ ନିର୍ଭରଶୀଳ ଥିବା ବେଳେ ନାଳରେ ପୋଲ ନ ଥିବାରୁ ବର୍ଷ ବର୍ଷ ଧରି ସମସ୍ୟା ଭୋଗିଆସୁଛନ୍ତି ଗ୍ରାମବାସୀ । ତୁରନ୍ତ ଏହି ଗ୍ରାମ ପ୍ରତି ଦୃଷ୍ଟି ଆକର୍ଷଣ କରି ସରକାର ରାସ୍ତା ନିର୍ମାଣ ଶହ ଏକ ପୋଲ ନିର୍ମାଣ କରିଦେବାକୁ ଦାବୀ କରିଛନ୍ତି ଗ୍ରାମ ବାସୀ