ପୁଣି ସରପଞ୍ଚ ବିରୋଧରେ ଅନାସ୍ଥା ପ୍ରସ୍ତାବ ଫସର୍ ଫାଟିଲା ଖାଲି ଭୋଟ ବକ୍ସ ଧରି ଫେରିଲେ ଅଧିକାରୀ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକର ଦୁଇଟି ପଞ୍ଚାୟତ ର ସରପଞ୍ଚ ଙ୍କ ମନମୁଖୀ କାର୍ଯ୍ୟ , ନିର୍ବାଚିତ ହୋଇଥିବା ପଞ୍ଚାୟତ ର ୱାର୍ଡ ମେମ୍ବର ମାନଙ୍କୁ ଅଣଦେଖା , ସରକାରଙ୍କ ବିଭିନ୍ନ ଯୋଜନା ବାଟମାରଣା ନେଇ ପଞ୍ଚାୟତ ସରପଞ୍ଚ ଙ୍କ ବିରୋଧରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଦୁଇଟି ପଞ୍ଚାୟତ ରେ ନିର୍ବାଚିତ ହୋଇଥିବା ୱାର୍ଡ ମେମ୍ବର ମାନେ ମିଳିତ ହୋଇ ବ୍ରହ୍ମପୁର ଉପ ଜିଲ୍ଲାପାଳ ଧିନା ଦସ୍ତାଗିରି ଙ୍କ ନିକଟରେ ଲିଖିତ ଅଭିଯୋଗ କରି ସରପଞ୍ଚ ଙ୍କୁ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏନେଇ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଦିନ ମୌଳାଭାଞ୍ଜା ପଞ୍ଚାୟତ ଗୃହରେ ସରପଞ୍ଚ ବର୍ଷା ସେଠୀ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିବା ବେଳେ ୧୮ ଜଣ ୱାର୍ଡ ମେମ୍ବର ଙ୍କ ମଧ୍ୟରୁ ୧୨ ଜଣ ଉପସ୍ଥିତ ଥିଲେ।ଯାହାକି କୋରମ୍ ଅଭାବରୁ ଭୋଟ ଗ୍ରହଣ ହୋଇପାରି ନଥିଲା ।ସରପଞ୍ଚ ପଦ ପୂର୍ବ ଭଳି ବଜାୟ ରଖନ୍ତି।ସେହିପରି ରାଧାଦେଇପୁର ପଞ୍ଚାୟତ ସରପଞ୍ଚ ରାକେଶ କୁମାର ପାତ୍ର ଙ୍କ ବିରୋଧରେ ୧୧ ଜଣ ୱାର୍ଡ ମେମ୍ବର ଗତ ୭/୧୨ ଗୁରୁବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଲିଖିତ ଅଭିଯୋଗ କରିଛନ୍ତି।ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ରାଧାଦେଇପୁର ପଞ୍ଚାୟତ ରେ ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ ପାଇଁ ୩ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ପ୍ରିଜାଡ଼ିଂ ଅଫିସର ଭାବେ ପଞ୍ଚାୟତ କାର୍ଯ୍ୟାଳୟରେ ଭୋଟିଂ କାର୍ଯ୍ୟ ଆରମ୍ଭ କରିଥିଲେ ।ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୋନାଲିସା କିସ୍କୁ ,ନିର୍ବାହୀ ଅଧିକାରୀ କ୍ଷେତ୍ର ମୋହନ ନାୟକ ଏଡିଇଓ ମାଧବାନନ୍ଦ ସାହୁ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଏକ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ । ୧୧ ଜଣ ୱାର୍ଡ ମେମ୍ବର ଙ୍କ ମଧ୍ୟରୁ ୬ ଜଣ ଉପସ୍ଥିତ ରହିଥିଲେ ଯାହା ଫଳରେ କୋରମ ଅଭାବରୁ ଭୋଟ ଗ୍ରହଣ ବାତିଲ ହୋଇଥିବା ଜଣାପଡ଼ିଛି। ଖାଲି ଭୋଟ ବକ୍ସ ଧରି ଫେରିଲେ ଅଧିକାରୀ । ଏନେଇ ଦାୟୀତ୍ବ ରେ ଥିବା ପ୍ରିଜାଡିଂ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଲେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଭୋଟ ବକ୍ସ ସିଲ କରାଯାଇଥିବା କହିଛନ୍ତି ।ନିଜର ସ୍ବାର୍ଥ ପାଇ ୱାର୍ଡ ମେମ୍ବର ମାନଙ୍କ ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ରଣହୁଙ୍କାର ପରେ ଭିତିରି ସଲା ସୁତରାଂ ହୋଇ ଅନୁପସ୍ଥିତ ରହିବା ପଞ୍ଚାୟତ ର ମର୍ଯ୍ୟାଦା,ସମ୍ମାନ କ୍ଷୁର୍ଣ୍ଣ ହେଉଥିବା ବୁଦ୍ଧିଜୀବୀ ଏବଂ ଅଞ୍ଚଳ ବାସି ମତ ପ୍ରକାଶ କରିଛନ୍ତି।