ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍‌): କପିଳେଶ୍ୱର ହାଇସ୍କୁଲର ୧୯୮୧ ମସିହା ବ୍ୟାଚର ପୁରାତନ ଛାତ୍ରମାନଙ୍କ ପକ୍ଷରୁ ଏକ ବନ୍ଧୁ ମିଲନ ଉତ୍ସବ ଅବସରରେ ବିଦ୍ୟାଳୟର ୮ଜଣ ପ୍ରାକ୍ତନ ପ୍ରଧାନଶିକ୍ଷଙ୍କୁ ମାନପତ୍ର,ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉପଲକ୍ଷେ ଖୁରୁସିଆ ହାଇସ୍କୁଲ ପରିସରରେ ଏକ ବର୍ଣ୍ଣାଢ୍ୟ ବନ୍ଧୁ ମିଳନ ଉତ୍ସବ ଅବସରରେ ପୂର୍ବତନ ପ୍ରଦାନ ଶିକ୍ଷକ ଚିତରଞ୍ଜନ ଜେନା,ସୁଧିର କୁମାର ମହାନ୍ତି,ରାଜକିଶୋର ସାମନ୍ତରାୟ,ଗୋବିନ୍ଦ ଚନ୍ଦ୍ର ଦାଶ,ଶିବ ପ୍ରସାଦ ଦାଶ,ପ୍ରହଲ୍ଲାଦ ମାହାଳି ଓ ଲୋକନାଥ ମହାନ୍ତିଙ୍କୁ ପୁରାତନ ଛାତ୍ରମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମ୍ବର୍ଦ୍ଧିତ ପ୍ରଧାନ ଶିକ୍ଷକମାନେ ଏହି ସ୍କୁଲ ଭୀଷ୍ମ ଭାବରେ ପରିଚିତ ହାସଲ କରିଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ ସୂର୍ଗତ ଜଲାଲଉଦ୍ଦିନ ଅହମଦଙ୍କ ପ୍ରତିମୂର୍ତ୍ତି ସ୍କୁଲ ପରିସରରେ ସ୍ଥାପନା କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସଭାକୁ ପୁରାତନ ଛାତ୍ର ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ଜନ୍ମେଜୟ ଜେନା, ବରିଷ୍ଠ ପ୍ରାଧ୍ୟାପକ ସୁବାଷ ନାୟକ, ସାମ୍ବାଦିକ ଜେନାମଣୀ ଲୋକନାଥ ଚୈାଧୁରୀ, ବିଭିନ୍ନ ହାଇସ୍କୁଲରେ ଅବସ୍ଥାପିତ ପ୍ରଧାନ ଶିକ୍ଷକ ମାନସୀ ମିଶ୍ର, ପ୍ରସନ୍ନ ମିଶ୍ର, ଅଞ୍ଜନା ରାଉତ, ରଶ୍ମିବାଳା ମହାପାତ୍ର, ଅଙ୍ଗୁରବାଳା ବେହେରା, ପ୍ରଦୀପ୍ତ ନାୟକ, ତପନ ପରିଡା, ଇଂ ଗୋକୁଳାନନ୍ଦ ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ସଞ୍ଜୟ ସାହାଣୀ, ତୁଷାର ମହାପାତ୍ର, ନିହାର ରଞ୍ଜନ ମହାପାତ୍ର, କବିତା ତ୍ରିପାଠୀ, ଶାନ୍ତନୁ ମିଶ୍ର, ବାବାଜୀ ବେହେରା, ସଚ୍ଚିତ୍ର ବେହେରା, ସଂଯୁକ୍ତା ଚୈାଧୁରୀ, ସବିତା ଚୈାଧୁରୀ, ପ୍ରକାଶ ମିଶ୍ର, ପ୍ରଦୀପ୍ତ ବାରିକ, ଶ୍ରୀକାନ୍ତ ରଥ, ଅକ୍ରୁର ବେହେରା, ସୁଷମା ମହାପାତ୍ର, ସରୋଜିନୀ ମିଶ୍ର, ନିତ୍ୟାନନ୍ଦ ସାମନ୍ତରାୟ, ସତ୍ୟାନନ୍ଦ ମହାନ୍ତି, ସବିତା ମିଶ୍ର, ରମେଶ ଚନ୍ଦ୍ର ପଣ୍ଡା, ସୁଷମା ମଲ୍ଲିକ ପ୍ରମୁଖ ଛାତ୍ରଛାତ୍ରୀମାନେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ବିଦ୍ୟାଳୟର ପାଠ୍ୟକ୍ରମରେ କିଭଳି ଉନ୍ନତି ଅଣାଯାଇ ପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ପୁରାତନଛାତ୍ରଛାତ୍ରୀମାନେ ଯୋଗଦେଇ ଆଗାମୀ ବର୍ଷମାନଙ୍କରେ ପୂଜ୍ୟପୂଜାକୁ ଗୁରୁତ୍ୱ ପ୍ରଦାନ ସହିତ ସ୍କୁଲ ପରିସରରେ ଜଲାଲ ସାରଙ୍କ ସ୍ମୃତିକୁ ଉଦଯିବିତ କରାଯିବା ଓ ତାଙ୍କର ତ୍ୟାଗ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ