ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁରୀ ସହରର ପ୍ରାଚୀନ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ୧୯୬୬-୧୯୭୦ ବ୍ୟାଚ୍ର ପୁରାତନ ଛାତ୍ରମାନଙ୍କର ଏକ ମିଳନୀ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ରାଜ୍ୟ ମୁଖ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଅଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟକ ଏବଂ ନିର୍ବାଚନ ଆୟୋଗର ପୂର୍ବତନ ବରିଷ୍ଠ ଉପଦେଷ୍ଠା ପ୍ରଫେସର ଡଃ. ଭଗବାନ ପ୍ରକାଶ, ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ୍, ସାହିତ୍ୟିକ, ସମ୍ପାଦକ ଏବଂ ରାଜନିତିଜ୍ଞ ପ୍ରଫେସର ବିଶ୍ୱରଞ୍ଜନ, ପୂର୍ବତନ ଏମ.ପି., ବିଧାୟକ ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ଶ୍ର୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର, ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ ଆଲୁମିନି ଆସୋସିଏସନର ଆବାହକ ଶ୍ରୀଯୁକ୍ତ ରାଜକିଶୋର ଦାଶ, ପ୍ରଫେସର ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ମିଶ୍ର, ଶ୍ରୀ ନିରଞ୍ଜନ ରଥ ଆଦି ଭାରତୀୟ ସେନାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ବନ୍ଧୁମିଳନରେ ଯୋଗଦେଇଥିଲେ । ଛାତ୍ର ଜୀବନର ଏବଂ ନିଜ ସଫଳତାର କାହାଣୀ ସେମାନେ ବଖାଣିଥିଲେ । ପରସ୍ପରକୁ ଏତେଦିନ ପରେ ଭେଟି ବହୁତ ଖୁସି ଥିଲେ ସେମାନେ । ଉପସ୍ଥିତ ଥିବା ବୁଦ୍ଧିଜୀବିମାନେ ଭବିଷ୍ୟତରେ ଅଧିକରୁ ଅଧିକ ସମାଜ କଲ୍ୟାଣ କାର୍ଯ୍ୟରେ ନିଜର ପ୍ରଚେଷ୍ଠା ଜାରି ରଖିବେ ବୋଲି ନିଷ୍ପତି ନେଇଥିଲେ ।