ପୁରୀ ଜିଲ୍ଲାରେ ଆଳୁମିଶନ ଆରମ୍ଭ

ନିମାପଡ଼ା,(ସନ୍ତୋଷ ଦାଶ):ରାଜ୍ୟକୁ ଆଳୁ ଉତ୍ପାଦନ ରେ ସ୍ବାବଲମ୍ବୀ କରିବା ଲାଗି ଆଳୁ ମିଶନ ଗତ ସରକାର ଅମଳରେ ଆରମ୍ଭ ହୋଇଥିଲେ ମଧ୍ୟ ମିଶନ ଫେଲ ମାରିଥିବାରୁ ବାରମ୍ବାର ବଜାର ରେ ଆଳୁ ଦର ବୃଦ୍ଧି ଘଟିଛି। ନୂତନ ଭାବେ କ୍ଷମତା କୁ ଆସିଥିବା ବିଜେପି ସରକାର ଚଳିତବର୍ଷ ଆଳୁ ଉତ୍ପାଦନ ବୃଦ୍ଧି କରିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ।ଚଳିତ ବର୍ଷ ଆଳୁ ଦର ଆକାଶ ଛୁଆଁ ବୃଦ୍ଧି ପାଇଥିଲା । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ରୁ ଆଳୁ ଆସିବା ବନ୍ଦ ହୋଇଯାଇଥିବା ବେଳେ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ରୁ ଆଳୁ ମଗାଇଥିଲେ ସରକାର ।ତେଣୁ ଆଳୁ ଲାଗି ବାହାର ରାଜ୍ୟ ଉପରେ ନିର୍ଭର ନ କରି ଓଡ଼ିଶା କିଭଳି ଆଳୁ ଚାଷ ରେ ସ୍ବାବଲମ୍ବୀ ହୋଇପାରିବ ସେଥିପାଇଁ ସରକାର ଆଳୁ ଚାଷ କୁ ମିଶନ ମୋଡରେ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୫ ବ୍ଲକ କୁ ୧୨ ଶହ କ୍ୟୁଣ୍ଟାଲ ଆଳୁ ବିହନ ଯୋଗାଇ ଦିଆଯାଇଛି । ପୁରୀ ଜିଲ୍ଲା ର ସତ୍ୟବାଦୀ ବ୍ଲକ କୁ ୩୪୦ କ୍ୟୁଣ୍ଟାଲ ,ନିମାପଡ଼ା ବ୍ଲକ କୁ ୬୪୦,ଗୋପ କୁ ୬୮ ,ପିପିଲି କୁ ୧୧୩ ଓ ଡେଲାଙ୍ଗ କୁ ୫୦ କ୍ୟୁଣ୍ଟାଲ ଆଳୁ ବିହନ ଯୋଗାଇ ଦିଆଯାଇ ଥିବା କୃଷି ବିଭାଗ ସୂତ୍ରରୁ ସୂଚନା ମିଳିଛି ।ଚାଷୀ ମାନଙ୍କୁ ଆଳୁ ବିହନ କିଲୋଗ୍ରାମ ପ୍ରତି ୨୦ ଟଙ୍କା ହିସାବରେ ପ୍ରଦାନ କରାଯାଇଛି ।ଜମିରେ ଆଳୁ ଲଗାଇବା ପରେ ଏହାର ଫଟୋ ଉଠାଇ ଉଦ୍ୟାନ ବିଭାଗ ନିକଟରେ ଦାଖଲ କରିବା ପରେ ସେମାନଙ୍କୁ କିଲୋ ପ୍ରତି ୧୦ ଟଙ୍କା ହିସାବରେ ରିହାତି ପ୍ରଦାନ କରାଯିବ ବୋଲି ଜିଲ୍ଲା ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶିକା ମଞ୍ଜୁଳା ତ୍ରିପାଠୀ କହିଛନ୍ତି ।।ଆଳୁ ଚାଷ ଉତ୍ପାଦନ ପରେ ଜିଲ୍ଲାର ପୁରୀ ସଦର ବ୍ଲକ ଅନ୍ତର୍ଗତ ଅଳସଣା ଠାରେ ଥିବା ୫ ହଜାର ମେଟ୍ରିକ୍ ଟନ୍ ଓ ନିମାପଡ଼ା ଦୁଇ ହଜାର ୫୦୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଦୁଇ ଶୀତଳ ଭଣ୍ଡାର ରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ନେଇ ଶ୍ରୀମତୀ ତ୍ରିପାଠୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ