ପୁରୀ ରଥଯାତ୍ରାକୁ ମିଳିବ ବିଶ୍ବ ସାଂସ୍କୃତି ଐତିହ୍ୟ ମାନ୍ୟତା।ୟୁନେସ୍କୋ ନିକଟରେ ହେଲା ଆବେଦନ
ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ରଥଯାତ୍ରାକୁ ମିଳିବ ବିଶ୍ବ ଐତିହ୍ୟ ମାନ୍ୟତା । ରଥଯାତ୍ରାକୁ ବିଶ୍ବ ସାଂସ୍କୃତିକ ଐତିହ୍ୟ ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ୟୁନେସ୍କୋ ଦ୍ବାରା ମାନ୍ୟତା ନେଇ ପ୍ରକ୍ରିୟା ଆରମ୍ଭ କଲା ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଖୁବ୍ଶୀଘ୍ର ନାମାଙ୍କନପତ୍ର ଦାଖଲ କରିବ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ହୋଇଛି ଆଲୋଚନା । ଦିଲ୍ଲୀରେ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ଏନେଇ ଆଲୋଚନା କରିଥିଲେ। ରଥଯାତ୍ରା ଭଳି ମହାର୍ଘ ବୈଶ୍ବିକ ଯାତ୍ରାର ମହାନତା ଉପଲବ୍’ଧି କରି କର୍ତ୍ତୃପକ୍ଷ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରଶାସନ ଆଶା ରଖିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଅଛି।