ପୁଲିସ ଦ୍ୱାରା ସଫା ହେଲା ଏକ କୋଟି ଟଙ୍କାର ଗଂଜେଇ ଚାଷ
ସୋରଡ଼ା,(ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ନିକଟ ସାବା ପଂଚାୟତ ର ଖାରିପଲ୍ଲୀ ଗ୍ରାମ ନିକଟବର୍ତ୍ତି ଅଂଚଳରେ ହୋଇଥିବା ହଜାର ହଜାର ଗଂଜେଇ ଗଛକୁ ଆଜି ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ ।ବିଶେଷ ସୂତ୍ର ରୁ ଖବର ପାଇ ଆଜି ଗଂଜାମ ଆରକ୍ଷୀ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଅବକାରୀ ବିଭାଗ ର ଡି ଏସ ପି ସ୍ୱାଧୀନ ସାହୁ ଓ ବଡଗଡ଼ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଙ୍କ ନେତୃତ୍ୱ ରେ ଏକ ସହ ରୁ ଉର୍ଦ୍ଧ୍ବ କର୍ମଚାରୀ ଙ୍କ ମିଳିତ ଚଢ଼ାଉ ରେ ଆଜି ଆରମ୍ଭ ହୋଇଛି ଗଂଜେଇ ଗଛ କଟା ଅଭିଯାନ ।ଗଞ୍ଜେଇ ଗଛ କୁ କାଟି ସଫା କରିବା ପରେ କିରୋସିନ ଢାଳି ନିଆଁ ଲଗାଇଦେଇଛି ପ୍ରଶାସନ।ଏହି ଅଭିଯାନ ଆଜି ଅପରାହ୍ନ ପର୍ଯ୍ୟନ୍ତ ଜାରି ରହିଥିଲା ।ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ଓ ପୋଲିସ ଟିମ ପ୍ରଶାସନ। ଏଠିକାର ଲୋକଙ୍କୁ ବହୁବାର ସଚେତନ କଲେ ମଧ୍ୟ ଲୋକମାନେ ଗଞ୍ଜେଇ ଚାଷ କୁ ଆପଣାଇଛନ୍ତି ।ଏହି ଚାଷ ରେ ଜୀବନ ପ୍ରତି ବିପଦ ରହିଥିଲେ ମଧ୍ୟ କିଛି ଗଂଜେଇ ଦଲାଲ ଙ୍କ ପ୍ରରୋଚନା ରେ ପଡି ଲୋକେ ଏହି ଚାଷ କରୁଛନ୍ତି। ଏହି ଚାଷ ଠାରୁ ନିବୃତ ରହି ମକା, ମାଣ୍ଡିଆ ଭଳି ଲାଭ ଦାୟକ ଚାଷ କରିବାକୁ ସରକାର ପ୍ରୋତ୍ସାହନ କରୁଛନ୍ତି।ଉପାନ୍ତ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚେଷ୍ଟା ଜାରି ରଖିଛି ପ୍ରସାଶନ।