ପୂଜାର୍ଚ୍ଚନା ରେ କଟିଲା ପ୍ରଥମ ଦିନ
ଶେରଗଡ, (ଅନୀଲ କୁମାର ପଣ୍ଡା):୨୦୨୪ ବର୍ଷ ବିଦାୟ ନେଈଛି।୨୦୨୫ ର ନୂତନ ସକାଳ କୁ ଅଭିନନ୍ଦନ ଜଣାଈଛନ୍ତି ସମସ୍ତ ବର୍ଗର ବ୍ୟକ୍ତି ବିଶେଷ। ପ୍ରତ୍ୟେକ ବ୍ୟକ୍ତି ଏହି ଦିନ କୁ ସ୍ମରଣୀୟ କରିବା ସହ ଆନନ୍ଦ ଉଲ୍ଲାସ ରେ ଦିନଟିକୁ କାଟିଥିଲେ। ଈଂରାଜୀ ନବବର୍ଷ ର ପ୍ରଥମ ଦିନ ବୁଧବାର ପଡୁଥିବାରୁ ଅଧିକାଂଶ ବ୍ୟକ୍ତି ପୂଜାର୍ଚ୍ଚନା ରେ ଦିନ କାଟିଥିଲେ। ସକାଳୁ ରାତି ପର୍ଯ୍ୟନ୍ତ ଶେରଗଡ ସହରର ବିଭିନ୍ନ ଦେବାଳୟ ରେ ଶ୍ରଦ୍ଧାଳୁ ଙ୍କ ସମାଗମ ଜମିଥିଲା। ବଡି ଭୋରରୁ ସ୍ନାନାଦି ନିତ୍ୟ କର୍ମ ସାରି ବିଭିନ୍ନ ଦେବାଦେବୀ ମନ୍ଦିରରେ ଏକତ୍ରିତ ହୋଈଥିଲେ। ଏହି ଅବସରରେ ମା ଜୟଚଣ୍ଡୀ,ମା ଶୀତଳା, ମା ରାମଚଣ୍ଡୀ, ମା ଦକ୍ଷିଣକାଳୀ,ଜଗନ୍ନାଥ ମନ୍ଦିର,ନୃସିଂହ ମନ୍ଦିର,ହନୁମାନ ମନ୍ଦିର ରେ ଶହ ଶହ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥିଲେ। ବିଭିନ୍ନ ପୂଜା ସାମଗ୍ରୀ ସହିତ ଶ୍ରଦ୍ଧାଳୁ ମାନେ ଧୂପ, ଦୀପ ଅର୍ପଣ ପୂର୍ବକ ଠାକୁରଙ୍କୁ ପୂଜାର୍ଚ୍ଚନା ସହ ଚଳିତ ବର୍ଷ କିପରି ସୁଖ,ସ୍ବଚ୍ଛନ୍ଦ ରେ କଟିବ ଏବଂ ପରିବାର ବର୍ଗଙ୍କ ସ୍ବାସ୍ଥ୍ୟ, ସମ୍ମାନ ତଥା ରୋଜଗାର ବୃଦ୍ଧି ପାଈବ,ସେଥିଲାଗି ଦିଅଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ନୂତନ ବର୍ଷ ବୁଧବାର ପଡୁଥିବା ହେତୁ ଯୁବପିଢ଼ି ମାନେ ଭୋଜି ଭାତ,ଫିଲ୍ମ ଦେଖିବା ସହ ଲଙ୍ଗ ଡ୍ରାଈଭ ପିକନିକ ରେ ଦିନ କାଟିଥିଲେ। ଅନେକ ସହର ବାସୀ ଶେରଗଡ ଛାଡି ନୂଆଦିଲ୍ଲୀ ବର୍ଷ ପାଳନ କରିବା ଲାଗି ଅନ୍ୟତ୍ର ପିକନିକ ଯାଈଥିଲେ। ଏହି ଅବସରରେ ବିଭିନ୍ନ ରାଜନେତା ଙ୍କ ଘରକୁ ବହୁ ସଂଖ୍ୟକ କର୍ମୀ, ଶୁଭେଚ୍ଛୁ ଏବଂ ଅଧିକାରୀ ମାନେ ଫୁଲତୋଡା ନେଇ ନବବର୍ଷର ଶୁଭେଚ୍ଛା ଜଣାଈଥିଲେ। ଏଥି ସହିତ ଯୁବପିଢ଼ି ତଥା ଛାତ୍ରଛାତ୍ରୀ ମାନେ ଉପରିସ୍ଥ ଅଧିକାରୀ, ଶିକ୍ଷକ ତଥା ଗୁରୁଜନ ମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଈବା ଲାଗି ମିଠା, ଗ୍ରୀଟିଙ୍ଗସ ଏବଂ ଫୁଲତୋଡା ଉପହାର ଦେଈଥିଲେ। ନବବର୍ଷ କୁ ଦେଖି ଫୁଲ ଦୋକାନ ରେ ଭିଡ ଜମିଥିଲା। ସାଧାରଣ ଗୋଲାପ ର ଦାମ ଗୋଟାକୁ ୨୦ ଟଙ୍କା ରହିଥିବା ବେଳେ ଗୋଟେ ଫୁଲ ବୁକେର ଦାମ ୧ ଶହ ଟଙ୍କା ରୁ ଆରମ୍ଭ ହୋଇ ୧ ହଜାର ଟଙ୍କା ରହିଥିଲା। ବିଭିନ୍ନ ମିଠା ଦୋକାନ ରେ ମଧ୍ୟ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା।