ପୂଣ୍ୟଶ୍ଳୋକ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ସର୍ଗୀକୃତ ଦେଶଭକ୍ତ, ସ୍ୱାଧୀନତା ସଂଗ୍ରାମୀ, ନିର୍ଭିକ ସାମ୍ବାଦିକ, ସମାଜ ସଂସ୍କାରକ, ପ୍ରସିଦ୍ଧ କବି, ନବଉତ୍କଳ ଗଠନର ଚିନ୍ତାନାୟକ, ଶିକ୍ଷାବିତ୍, ଦକ୍ଷ ବିଧାୟକ, ଏକ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ଉତ୍ସବ ବାଲେଶ୍ୱର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ଭବନରେ ବିଧିବଦ୍ଧ ଭାବରେ ପାଳନ ହୋଇଯାଇଛି । ସଭାରେ ଇଂ. ବନମାଳୀ ନାୟକ ସଭାପତିତ୍ୱ କରି ଗୋପବନ୍ଧୁଙ୍କ ଜୀବନାଦର୍ଶ ବିଷୟରେ ସୂଚନା ଦେଇଥିଲେ । ଯୁଗ୍ମ ସମ୍ପାଦକ ସୁଦର୍ଶନ ଦାସ ଗୋପବନ୍ଧୁଙ୍କ କର୍ମମୟ ଜୀବନ, ନିଃସ୍ୱାର୍ଥପର ସେବା ଓ ଶିକ୍ଷା ଦର୍ଶନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦାମୋଦର ନାୟକ, ସୁଜିତ୍ କୁମାର ଜେନା, ସଞ୍ଜୟ କୁମାର ପଣ୍ଡା, ଜ୍ଞାନେନ୍ଦ୍ର ସାହୁ, ଅକ୍ଷୟ କର, କାଳିଚରଣ ବେହେରା ଉତ୍କଳମଣି ନିଜ ଜୀବନକୁ ଉତ୍କଳବାସୀଙ୍କ ପାଇଁ କିପରି ଉତ୍ସର୍ଗ କରିଥିଲେ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭବେଶ ଚନ୍ଦ୍ର ପଣ୍ଡା, ବସନ୍ତ କୁମାର ନାୟକ, ଶଶାଙ୍କ ଶେଖର ଦତ୍ତ, ଅଜୟ କୁମାର ନାୟକ, ଶରତ କୁମାର ବିଶ୍ୱାଳ, ଡ. ତାରାକାନ୍ତ ନନ୍ଦ, ସୁରେନ୍ଦ୍ର ନାୟକ, କ୍ଷିତୀଶ୍ୱର ଦାସ, ପ୍ରଫୁଲ୍ଲ କୁମାର ଦାସ, ସୁରେନ୍ଦ୍ର ପ୍ରସାଦ ଧଳ, କେଶବ ଚନ୍ଦ୍ର ମହାନ୍ତି, କ୍ଷେତ୍ରମୋହନ ନାୟକ ଉପସ୍ଥିତ ଥିଲେ । ଶେଷରେ ଚିତ୍ତରଞ୍ଜନ ଜେନା ଧନ୍ୟବାଦ ଦେଇଥିଲେ ।