ପୂର୍ବତନ ବିଧାୟକ ନବୀନନନ୍ଦ ଙ୍କୁ ନାଲି ଆଖି
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଗଁଦିଆ ବ୍ଲକ ର ପୂର୍ବତନ ବିଧାୟକ ଓ ସମାଜସେବୀ କହିଲେ,ବହୁତ୍ ଦୁଃଖର ସହ କହିବାକୁ ପଡୁଛି ଆଜି ସକାଳେ ମୁଁ କପିଳାସ ରପ୍ରଭୁ ଚନ୍ଦ୍ରଶେଖର ଙ୍କ ଜମି ରେ କିଛି ଠିକାଦାର ବେ ନିୟମ ଭାବେ ମାଟି ଓ ମୋହରମ ଜେସିବି ମେସିନ ଲଗାଇ ଖୋଳୁ ଥିବାର କୌଣସି ସୂତ୍ର ରୁ ଖବର ପାଇ ସ୍ଥାନୀୟ ଗନ୍ଦିଆ ର ତହସିଲଦାର ମହାଶୟ ଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲି । ଏହି ଘଟଣା ର ସତ୍ୟା ସତ୍ୟ ଅନୁସନ୍ଧାନ କରି ପଦକ୍ଷେପ ନେବା ପରିବର୍ତ୍ତେ ମୋତେ ତହସିଲ ଦାର ମହାଶୟ କହିଲେ ସେ କାମ ଆମ ବିଭାଗ ର ନୁହେଁ ।ଆପଣ ଖଣି ବିଭାଗ କୁ ଫୋନ୍ କରନ୍ତୁ ! ମୁଁ କହିଲି ସେ ଯାଗା ଖଣି ବିଭାଗ ର ନୁହେଁ ତାହା ଠାକୁର ଙ୍କ ଜମି । ସେ ପୁଣି ମୋତେ କହିଲେ ଆପଣ ସବ କଲେକ୍ଟର ଙ୍କ ସଙ୍ଗେ କଥା ହୁଅନ୍ତୁ। ସ୍ଥାନୀୟ ଜଣେ ଏକ୍ଜୁକ୍ୟୁଟିଭ ମାଜିଷ୍ଟ୍ରେଟ ଙ୍କ ର ଏତାଦୃଶ ଉତ୍ତର ଶୁଣି ମୋତେ ଅତ୍ୟନ୍ତ ଆଶ୍ଚର୍ୟ୍ଯ ଲାଗିଲା ।ଶେଷରେ ମୁଁ ସେ ମହାଶୟ ଙ୍କୁ ମୋର ସୂଚନା ଦେବା ପାଇଁ ଭୁଲ ମାଗିବାକୁ ପଡ଼ିଲା ! ମୋର ୪୦ ବର୍ଷ ର ରାଜନୀତି ଓ ୧୦ ବର୍ଷ ର ବିଧାୟକ କାର୍ଯ୍ୟକାଳ ଭିତରେ ଜଣେ ସ୍ଥାନୀୟ ମାଜିଷ୍ଟ୍ରେଟ କ୍ଷମତା ପ୍ରାପ୍ତ ଅଫିସର ଙ୍କ ଜଣେ ବରିଷ୍ଠ ନାଗରିକ ଓ ପୂର୍ବତନ ବିଧାୟକ ଙ୍କୁ ଏଭଳି ବ୍ୟବହାର ମୋତେ ଅତ୍ୟନ୍ତ ଦୁଃଖିତ ଓ ଅଶ୍ଚର୍ଯ୍ୟ।ନିତ କରିଥିଲା ! ମୋର ସୀମିତ ଜ୍ଞାନ ଭିତରେ ଜଣେ ତହସିଲଦାର (ଯିଏ ଜଣେ ସ୍ଥାନୀୟ ମାଜିଷ୍ଟ୍ରେଟ) ସେ ଯଦି ଓଡ଼ିଶାର ଗୋଟିଏ ପ୍ରସିଦ୍ଧ ଶୈବ ପୀଠ ର ଜମି କୁ ଯଦି ସୁରକ୍ଷା ଦେଇ ପାରିବେ ନାହିଁ ତେବେ ତାଙ୍କର କ୍ଷମତା କଣ ଏହା ସମସ୍ତେ ଜାଣିବା ଦରକାର ! ମୋତେ ମୋର” ଅଜ୍ଞତା “ପାଇଁ ତହସିଲଦାର ମହାଶୟ ଙ୍କୁ ଭୁଲ ମାଗିବାକୁ ପଡ଼ିଲା ? ଏହି କ୍ଷମତା କୁ ନେଇ ମୋର କେତେକ ପ୍ରଶ୍ନ ଅଛି ତହସିଲଦାର ମହୋଦୟ ଙ୍କୁ ? ଯଦି ଏଭଳି ପ୍ରଶ୍ନ ପଚାରିବା ଭୁଲ ଥାଏ ତଥାପି ବି ମୁଁ ଆଉଥରେ କ୍ଷମା ମାଗିବାରେ ସଙ୍କୋଚ କରିବି ନାହିଁ !ଗନ୍ଦିଆ ତହସିଲ ଅନ୍ତର୍ଗତ ନିହଲ୍ ପ୍ରସାଦ ପଞ୍ଚାୟତ ର କଷ୍ଟିପାଳ ଗ୍ରାମ ଓ ବେଗା ପଞ୍ଚାୟତ ର ଶ୍ରୀମନ୍ତପୂର୍ ଗ୍ରାମ ର ୬୩ ଜଣ ଆଦିବାସୀ ଙ୍କୁ ରାଜ୍ୟ ସରକାର “ବସୁନ୍ଧରା ଯୋଜନା” ରେ ଘର ଡିହ ପଟ୍ଟା ଦେଇଥିଲେ ।ସେହି ଯାଗା କୁ ଜନୈକ ଖଣି ମାଫିଆ ଜୋର୍ ଜବରଦସ୍ତି ନିଜ ଦଖଲ କୁ ନେଇ ସେଥିରେ “କଳା ପଥର” ଖଣି କରି ଏକ କ୍ରସର୍ ସ୍ଥାପନ କରିଛି ! ସେ ଆଦିବାସୀ ମାନେ ଗନ୍ଦିଆ ତହସିଲ ଦାର୍ ତଥା ଜିଲ୍ଲା ପ୍ରଶାସନ ଙ୍କୁ ଚିହ୍ନଟ ପାଇଁ ଆବେଦନ କରିଥିଲେ ବି ତାଙ୍କ ଗୁହାରି କୁ ବିଚାର କୁ ଦୀର୍ଘ ବର୍ଷ ବର୍ଷ ଧରି ବିଚାର କୁ ନିଆ ଯାଇନାହିଁ ? ଏହି କାର୍ଯ୍ୟ ଟି କାହା କ୍ଷମତା ର ପରିସର ଭିତରେ ମାନ୍ୟବର ତହସିଲଦାର ମହୋଦୟ କହିବେ କି ? ଗନ୍ଦିଆ ତହସିଲ ଅଧୀନ ରେ ଗତ ୨୦୨୦-୨୧ ମସିହାରେ ଗନ୍ଦିଆ ପଞ୍ଚାୟତ ର “ଚ୍ଛାଟଖୁମ୍ବ”ଗ୍ରାମରେ ୫ ଏକର ପରିମିତ ସରକାରୀ ଜମି ପଥର ଖଣି ପାଇଁ ନିଲାମ ଦିଆ ଯାଇଥିଲା । ଏବେ ବିଗତ ଦୁଇ ବର୍ଷ ଭିତରେ ଗନ୍ଦିଆ ବ୍ଲକ ର ଆଖପାଖ ୩ ଟି ପଞ୍ଚାୟତ ର ହଜାର ହଜାର ଏକର ପରିମିତ ସରକାରୀ ଜାଗା ରେ ପଥର କଟା ହୋଇ ଚାଲିଛି ? ସରକାରୀ ଯାଗା କୁ ସୁରକ୍ଷା ଦେବା କଣ ତହସିଲଦାର ମହୋଦୟ ଙ୍କ କ୍ଷମତା ପରିସର ଭୂକ୍ତ ନୁହେକି ? ସରକାରୀ ଜମି କୁ ସୁରକ୍ଷା ଦେବା କଣ “ଖଣି” ବିଭାଗ ର କାର୍ଯ୍ୟ କି ? ଏହି ପ୍ରଶ୍ନ ର ଉତ୍ତର ଗନ୍ଦିଆ ତହସିଲଦାର ମହୋଦୟ ଦୟାକରି ଦେବେକି ?