ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର,(ଅନିଲ କୁମାର): ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ ଓଁ ଲଫିଙ୍ଗ କ୍ଲବର ମିଳିତ ଆନୁକୂଲ୍ୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସମାଜବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି l ଲଫିଙ୍ଗ କ୍ଲବ ସଭାପତି ଦେବରାଜ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ପରିସରରେ ପୂଜ୍ୟ ନବକୃଷ୍ଣ ଚୌଧୁରୀଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରାଯାଇ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ସହରର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗ ଦେଇ ଓଡିଶା ମାଟିକୁ ନବ ବାବୁଙ୍କ ବଳିଷ୍ଠ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ l ୧୯୦୧ମସିହା ନଭେମ୍ବର ୨୩ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ପିତା ଗୋକୁଳାନନ୍ଦ ଚୌଧୁରୀ ଓ ମାତା ପଦ୍ମାବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ l ୧୯୨୨ ମସିହାରେ ଗାନ୍ଧିଜୀଙ୍କ ସାବରମତି ଆଶ୍ରମରେ ତାଲିମ ପାଇ ସେବାକାର୍ଯ୍ୟ ସମ୍ପାଦନ କରିଥିଲେ l ସେଠାରେ ଅଳକା ନାମକ ପତ୍ରିକାର ପ୍ରଚାର ଓ ପ୍ରସାର ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ନିଶା ନିବାରଣ ଆଇନ, ଜମିଦାରୀ ପ୍ରଥାର ଉଚ୍ଛେଦ ପାଇଁ ଆଇନ ପ୍ରଣୟନ କରିଥିଲେ l ୧୯୫୪ମସିହାରେ କୃଷି ଓ ପଶୁପାଳନ ମହାବିଦ୍ୟାଳୟ ଓ ବୁର୍ଲା ଇଞ୍ଜିନିଅରିଂ କଲେଜ ପ୍ରତିଷ୍ଠା କରାଯିବା ସହ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଆଇନ ପ୍ରଣୟନ କରିଥିଲେ l ଓଡିଶାର ଗରିବ ଭୂମିହୀନ ଚାଷୀଙ୍କୁ ସହାୟତା ପାଇଁ ସିଲିଂ ବହିର୍ଭୁତ ଜମି ଆଇନ ଭଳି ବହୁ ଯୁଗାନ୍ତକାରୀ ଆଇନ ଲାଗୁ କରିଥିଲେ l ଓଡିଶାବାସୀଙ୍କ ପାଇଁ ତାଙ୍କ ଅବଦାନ ଚୀର ସ୍ମରଣୀୟ l ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ହାସ୍ୟ କ୍ଲବର ସଭାପତି ଲଳିତ ମୋହନ ରାଜଗୁରୁ,ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର ନାଥ ପଣ୍ଡା, ଅଳକ ନାଥ ମିଶ୍ର,ଅମୁଲ୍ୟ ଚନ୍ଦ୍ର ପଣ୍ଡା, ଡମ୍ବୁରୁ ଧର ସାହୁ,ପ୍ରଦୀପ କୁମାର ଶତପଥୀ, ଅଶୋକ ଦଳାଇ,ନୀଳାଦ୍ରି ଭୂଷଣ ନାୟକ,ଏସ. ସାମ୍ବଶିବା ରାଓ, ଆଦିତ୍ୟ ନାରାୟଣ ରଥ,ଜଟେଶ୍ୱର ସାବତ, ବୃନ୍ଦାବନ ପରିଡା, ସିମାଞ୍ଚଳ ମହାନ୍ତି,ଦୁର୍ଗା ଚରଣ ମିଶ୍ର, ଦେବରାଜ ଗୌଡ଼, କରୁଣାକର ଗୌଡ଼, ସୁଧୀର ଚନ୍ଦ୍ର ରଥ, ଭାସ୍କର ମହାପାତ୍ର,ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ନବୀନ କୁମାର ପଟ୍ଟନାୟକ, ଗଣେଶ ଚୌଧୁରୀ, ରଘୁନାଥ ପ୍ରଧାନ,ଅବନୀ ଗୟା ପ୍ରମୁଖ ପ୍ରାୟ ଶତାଧିକ ବ୍ୟକ୍ତି ଅଂଶ ଗ୍ରହଣ କରି ନବକୃଷ୍ଣ ଚୌଧୁରୀଙ୍କ ଉଧେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ