ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବିବେକାନନ୍ଦ ଦାଶଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ରାଜକନିକା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟି ଶନିବାର ଅପରାହ୍ନ ପ୍ରାୟ ସାଢେ ଦୁଇଟା ବେଳେ ବିବେକାନନ୍ଦଙ୍କ କବାଟକୁ କେହି ବାଡେଇବାରୁ ସେ କବାଟ ଖୋଲିଥିଲେ । ସେହି ଗ୍ରାମର ଜଣେ ତାଙ୍କୁ ଗାଳିଗୁଲଜ କରୁଥିବା କବାଟ ବାଡାଉଥିବା ଗ୍ରାମର ଲୋକଟି କହିଥିଲା । ବିବେକାନନ୍ଦ ବାହାରକୁ ସେହି ଲୋକ ସହିତ ଯିବାରେ ସେଠାରେ ତାଙ୍କୁ ୩ଜଣ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ଓ ଧକ୍କା ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ସେ ଜଣେ ହୃଦରୋଗୀ ହୋଇଥିବା ବେଳେ ତାଙ୍କୁ ଏପରି ମରଣାନ୍ତକ ଆକ୍ରମଣ କରାଯାଇ ଆହୁରି ବିପଦ ମଧ୍ୟକୁ ତାଙ୍କୁ ଠେଲି ଦିଆଯାଇଥିବା ସେ ଅଭିଯୋଗ କରିିଛନ୍ତି । ଏସମ୍ପର୍କରେ ରାଜକନିକା ଥାନା ଅଧିକାରୀଙ୍କୁ ପଚରାଯିବାରେ ସେ କହିଥିଲେ ଯେ ଘଟଣାର ତଦନ୍ତ କରାଯାଉଛି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ