ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କବାଡି ପ୍ରତିଯୋଗିତା

ଆସିକା, (ଯୁଗାବ୍ଦ ନ୍ୟୁଜ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଆନୁକୂଲ୍ୟରେ ମହିଳା କବାଡି ଦଳ ଛତିଶିଗଡ ରାଜ୍ୟର ରାୟପୁର ସ୍ଥିତ ପଣ୍ଡିତ ରବିଶିଙ୍କର ଶୁକ୍ଳା ୟୁନିଭରସିଟିରେ ଆସନ୍ତାକାଲି ଅର୍ଥାତ୍‍ ୧୨ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଯାତ୍ରା କରିଥିବା ଜଣାପଡିଛି । ପୂର୍ବାଞ୍ଚାଳ ଅନ୍ତଃବିଶ୍ୱବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତାରେ ଖେଳିବା ଲାଗି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ବି.ମନିଷା ରେଡି, କିରଣ ପୃଷ୍ଟି, ରାଧାରାଣୀ ସ୍ୱାଇଁ, ଜିନୁ ଗୌଡଙ୍କ ସମେତ ଆସିକା ବିଜ୍ଞାନ କଲେଜର ଛାତ୍ରୀ ବର୍ଷା ଗୌଡ ମଧ୍ୟ ମନୋନୀତ ହୋଇଥିବା ଜଣାପଡିଛି । ଛତିଶିଗଡ ରାଜ୍ୟର ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟ ପରିସରରେ ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଖେଳିବା ଲାଗି ଯୋଗ୍ୟ ବିବେଚିତା ହୋଇଥିବା ମହିଳା କବାଡି ଦଳର ଛାତ୍ରୀମାନଙ୍କୁ ଆସିକା ଆଥ୍‍ଲେଟିକ୍‍ ଆସୋସିଏସନ୍‍ ଟାଉନ୍‍ହଲର ସଭାପତି ଦିଲୀପ କୁମାର ପାଣିଗ୍ରାହୀ, ସଂପାଦକ ଏମ୍‍.ତାରିଣୀ ସେନାପତି, କ୍ରୀଡାବିତ୍‍ ବି.ରାମବାବୁ ରେଡି, ବୀର ମିଶ୍ର, ଚିନା ରେଡି, ରାମକୃଷ୍ଣ ଭଂଜ, ଲିଙ୍ଗରାଜ ପଣ୍ଡା, ସ୍ୱଦେଶ କୁମାର ଦଳେଇ, ସନ୍ତୋଷ କୁମାର ପ୍ରଧାନ, କୈଳାଶ ଚନ୍ଦ୍ର ଗୌଡ, ଚିତ୍ତରଂଜନ ଆଚାର୍ଯ୍ୟ, ଆସିକା ନିରଂଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଗଣେଶ୍ୱର ମାଝୀ, ଅଧ୍ୟାପକ ଡଃ ସରୋଜ କୁମାର ଜେନା, ଡଃ କେ.ଓମ୍‍ ନାରାୟଣ ରାଓ, ଡଃ ଲକ୍ଷ୍ମଣ କୁମାର ସୋରେନ୍‍, ଡଃ ଲୀନା ଲିଲିୟାନ୍‍, ଡଃ ଜୟପ୍ରଦା ମହାପାତ୍ର, ଡଃ ସୁପ୍ରିୟା ଦାଶ, ଡଃ ପ୍ରମୋଦ ତିଆଡି, ବି.ପାଣ୍ଡବ ରେଡି, ଶ୍ରଦ୍ଧାଞ୍ଜଳୀ ମଲିକ, ଉର୍ମିଳା ମୁଦୁଲି, ଯଶଶ୍ରୀ ମଲିକ, ଗୋପୀନାଥ କର, ମମତା ନିଶାଙ୍କ, ଭାଗ୍ୟଶ୍ରୀ ବେହେରା, ରଶ୍ମିରଂଜିତା ଲେଙ୍କା, ଚିନ୍ମୟ ବାରିକ, ଅମୀର ଦିଗାଲ୍‍ଙ୍କ ସମେତ ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ