ପୂର୍ବ ଶତୃତା କୁ କେନ୍ଦ୍ର କରି ଅପରାଧୀଙ୍କୁ ଫିଲ୍ମ ଷ୍ଟାଈଲରେ ହତ୍ୟା,ସନ୍ଦେହ ରେ ୩ ଅଟକ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଗତକାଲି ଶେରଗଡ ଥାନା ଅନ୍ତର୍ଗତ ନୂଆଁଁ ଖିରିଡା ଗ୍ରାମରେ ଝଗଡା ହେବା ସହ ମାଡ ମାରି ଲହୁଲୁହାଣ କରାଯାଇଥିଲା ଏବଂ ପରେ ମୁମୂର୍ଷୂ ଅବସ୍ଥାରେ ଆଣି ବନ୍ଧାଗୁଡା ଛକ ଜଗନ୍ନାଥ ବିଦ୍ୟାପୀଠ ନିକଟ ବାଦଗଡ ରାସ୍ତାରେ ଫୋପାଡ଼ି ଦିଆଯାଇଥିଲା। ଘଟଣା ବାବଦରେ ପୋଲିସ କୌଣସି ମତେ ଖବର ପାଈ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ଏବଂ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣା ରୁ ପ୍ରକାଶ ଯେ, କୋଟିନଡା ଥାନା ଅନ୍ତର୍ଗତ କଲେଜ ଛକ ର ଅନନ୍ତ ପଟ୍ଟନାୟକ ଜଣେ ଅଭ୍ୟାସଗତ ଅପରାଧୀ। ଛାତ୍ର ଜୀବନ ରୁ ତାଙ୍କର ଅପରାଧ କରି ଚାଲିଥିଲେ। ଅନନ୍ତ ଙ୍କ ନାମରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଥାନା ରେ ୧୭ ରୁ ଉର୍ଦ୍ଧ୍ବ ମାମଲା ଚାଲିଥିବା ବେଳେ ଏନବିଡବଲ୍ୟୁ ଜାରି ହୋଇଥିଲା। ଅନନ୍ତ ୨୦୨୩ ମସିହାରେ ଶେରଗଡ ଥାନା ପଥରପୁଞ୍ଜି ଗ୍ରାମର ବୁଲୁ ସ୍ବାଈଁ ଙ୍କୁ ଅତର୍କିତ ଆକ୍ରମଣ କରିବା ସହିତ ତାଙ୍କ ଠାରୁ ଟଙ୍କା ଛଡାଇ ନେଈଯାଈଥିଲେ। ଏହି ଘଟଣା କୁ ନେଇ ଶେରଗଡ ଥାନାରେ ମାମଲା ରୁଜୁ ହୋଇଥିଲା। ବୁଲୁ ଙ୍କୁ ଆକ୍ରମଣର ପ୍ରତିଶୋଧ ନେବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଈଥିଲା। ଗତକାଲି ଅନନ୍ତ ଏବଂ ତାଙ୍କ ୨ ସହଯୋଗୀ ବାଈକ ଓଡି୦୭ଏଏନ-୨୦୦୨ ଯୋଗେ ବାହାରପୁରରୁ ଆସୁଥିବା ବେଳେ ଅଭିଯୁକ୍ତ ମାନେ କୌଣସି ମତେ ଖବର ପାଈ କାର ଓଡି୦୧ଏଏକ୍ସ-୨୮୩୦ ରେ ଅନନ୍ତ ଙ୍କୁ ପିଛା କରିଥିଲେ। ନୂଆ ଖିରିଡା ହରିଜନ ସାହି ଅଙ୍ଗନବାଡି ନିକଟରେ ଅନନ୍ତ ଙ୍କ ବାଈକ କୁ କାରରେ ଅଟକାଇ ଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଆକ୍ରମଣ ପ୍ରତିଆକ୍ରମଣ। ଏହି ସମୟରେ ଏକ ସୂତୁଲି ବୋମା ପକାଯାଈଥିଲା। ଅନନ୍ତ ଏବଂ ତାଙ୍କ ସହଯୋଗୀ ଙ୍କୁ ପ୍ରବଳ ମାଡ ମାରି ଲହୁଲୁହାଣ କରିବା ସହିତ କାରରେ ଅନନ୍ତ ଙ୍କୁ ଆଣି ଜଗନ୍ନାଥ ବିଦ୍ୟାପୀଠ ନିକଟ ବାଦଗଡ ରାସ୍ତାରେ ଫୋପାଡ଼ି ଆକ୍ରମଣକାରୀ ମାନେ ଫେରାର ହୋଈଥିଲେ ଏବଂ ଅନନ୍ତ ଙ୍କ ଦୁଇ ସହଯୋଗୀ ଙ୍କୁ ନୂଆ ଖିରିଡା ଗ୍ରାମବାସୀ ଅଟକ ରଖିଥିଲେ। ଆଜି ସାଈଣ୍ଟିଫିକ ଟିମ ଓ ବୋମା ନିଷ୍କ୍ରିୟକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଅନନ୍ତ ଙ୍କ ବାପାଙ୍କ ଏତଲା କୁ ଭିତ୍ତି କରି ଶେରଗଡ ଥାନାରେ ୪୭୫/୨୪ ରେ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ପଠାଯାଈଥିଲା ଏବଂ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି। ଘଟଣା ରେ ସମ୍ପୃକ୍ତ ଥିବା ସମସ୍ତ ହତ୍ୟା ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଆସିକା ଏସଡିପିଓ ପ୍ରକାଶ କରିଛନ୍ତି। ଆଜି ଘଟଣା ସ୍ଥଳରେ ଶେରଗଡ ଥାନାଧିକାରୀ ବରେନ୍ଦ୍ର ସିଅଳ, ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ, କୋଟିନଡା ଥାନାଧିକାରୀ ଙ୍କ ସହିତ ଶେରଗଡ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।