ପୋଖରୀରେ ବୁଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ନିମାପଡ଼ା, (ସନ୍ତୋଷ କୁମାର ଦାଶ): ପୋଖରୀରେ ବୁଡ଼ି ଜଣେ ଷଷ୍ଠ ଶେଣୀ ଛାତ୍ରୀ ଙ୍କର ମୃତ୍ୟୁଘଟିଛି। ଚାରିଛକ ଥାନା ଅନ୍ତର୍ଗତ ଓରପଟ ଗ୍ରାମର ମାନସ କାଣ୍ଡିଙ୍କ ଝିଅ ବୈଶାଖୀ (୧୧) ଘର ନିକଟସ୍ଥ ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲା। ସାଙ୍ଗମାନେ ଡାକ ପକାଇବାରୁ ଲୋକମାନେ ସେଠାରେ ପହଁଚି ବୈଶାଖୀ କୁ ପୋଖରୀରୁ ଉଦ୍ଧାର କରି ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚାରିଛକ ଥାନା ପୁଲିସ ଏକ ଅପମୃତ ମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।ଏହି ଘଟଣା ସଂପୃକ୍ତ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ