ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ଅଭିଯୋଗ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଶିଖରପୁର ଗ୍ରାମ ପୋଖରୀ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ବେଲଗାଁ ଥାନାରେ ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ବେଲଗାଁ ଥାନା ଶିଖରପୁର ଗ୍ରାମର ପ୍ରଶାନ୍ତ କୁମାର ନାହାକ। ଅଭିଯୋଗ ଭିତ୍ତିରେ ବେଲଗାଁ ଥାନାରେ କେସ ନଂ- ୪/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅଭିଯୋଗ ପ୍ରକାରେ, ବୁଧବାର ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ଶିଖରପୁର ଗ୍ରାମର ପ୍ରଶାନ୍ତ ଘରୁ କେଉଁଆଡେ ଚାଲିଯାଇଥିଲେ। ଦୀର୍ଘ ସମୟ ଧରି ଯୁବକ ଜଣଙ୍କ ଘରକୁ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳି ପାରିନଥିଲା । ଗ୍ରାମ ନିକଟସ୍ଥ ବୈଷ୍ଣବ ପୋଖରୀ ପାଣିରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବା ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଚିହ୍ନଟ କରିଥିଲେ। ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଘଟଣା ନେଇ ମୃତ ଯୁବକଙ୍କ ମାଆ ଶୋଭା ନାହାକ ବେଲଗାଁ ଥାନାରେ ଅଭିଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ