ପୋଡ଼ାଗଲା ୧୩ କୋଟିର ଗଞ୍ଜେଇ ଗଛ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲାରେ ପୋଲିସ, ବନ ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ଆନୁକୂଲ୍ୟରେ ଚଢ଼ାଉ କରାଯାଇ 85 ଏକର ବିସ୍ତିର୍ଣ ଜଙ୍ଗଲ ଜମିରେ ଚୋରାରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ ଗୁଡିକୁ ପୋଡି ପାଉଁଶ କରାଯାଇଥିବା ସୂଚନା ମିଳିଛି. ପୋଡା ଯାଇଥିବା ଏହି ଗଞ୍ଜେଇ ଗଛ ଆନୁମାନିକ ମୂଲ୍ୟ ୧୩ କୋଟିର ଉର୍ଦ୍ଧ ଟଙ୍କା ହେବ ବୋଲି ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାରେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ବଡ଼ସିନ୍ଧବା ପଞ୍ଚାୟତ କୁଟିମେରା ଗ୍ରାମ ନିକଟ ଜଙ୍ଗଲ ଜମି ଏବଂ ଶିକୁଳିପଦର ପଞ୍ଚାଯତ ନାରଙ୍ଗି ଗ୍ରାମ୍ୟ ଜଙ୍ଗଲରେ ପୁଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୮୫ ଏକର ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୩ କୋଟିରୁ ଅଧିକ ଟଙ୍କା ହେବ ବୋଲି କୁହାଯାଇଛି । ଶୁକ୍ରବାର ଗଜପତି ଆରକ୍ଷୀ ଆକ୍ଷଳ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ବରେ ରା.ଉଦୟଗିରି ଏସଡ଼ିପିଓ ଅଶ୍ବିନୀ ନାଯଳ, ତହସିଲଦାର ଜ୍ୟୋତିନୟ ତାଣ୍ଡ ମୋଛନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ,ଚନ୍ଦ୍ରଗିରି ଫାଣ୍ଡି ଅକାରା ପୁରୁଷୋତ୍ତମ ପାଇକ, ଅବକାରୀ ବିଭାଗ, ବନ ବିଭାଗ ଓ ରାଜସ୍ୱ ବିଭାଗ କର୍ମଚାରୀ ମିଳିତ ଚଢ଼ଉ କରିଥିଲେ । କୁଟିମେରା ଗ୍ରାମ ନିକଟ ୪୨ଏକର ଜଙ୍ଗଲ ଜମିରେ ବେଆଇନ ଚାଷ କରାଯାଇଥିବା ଗଞ୍ଜେଇ ଗଛ କାଟି ପୋଡ଼ି ଦିଆଯାଇଛି । ଏହାର ଅନୁମାନିକ ବଜାର ମୂଲ୍ୟ ୫ କୋଟି ୧୦ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି । ସେହିପରି ଶନିବାର ଦିନ ଶିକୁଳିପଦର ପଞ୍ଚାଯତ ନାରଙ୍ଗି ଗ୍ରାମ୍ୟ ଜଙ୍ଗଲ ଉପରେ ଚଢ଼ାଉ କରି କେଆଇନ୍ ୪୩ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛ କାଟି ପୋଡ଼ି ନଷ୍ଟ କରାଯାଇଛି । ଏହାର ଅନୁମାନିକ ବଜାର ମୂଲ୍ୟ ୮ କୋଟି ୬ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି.