ପୋଡାପାଟଣା ଉପ୍ରା ବିଦ୍ୟାଳୟରେ ନିପୁଣ ଓଡିଶା ମେଳା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପୋଡାପାଟଣା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ତରାପୁର ଆଞ୍ଚଳିକ ସାଧନ କେନ୍ଦ୍ର କ୍ଲଷ୍ଟର ପକ୍ଷରୁ ଆଜି ନିପୁଣ ଓଡିଶା ମେଳା ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହେମନ୍ତ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ସମ୍ମାନୀତ ଅତିଥି ଭାବେ ସିଆରସିସି ଜଗନ୍ନାଥ ଖୁଣ୍ଟିଆ, ପୂର୍ବତନ ସିଆରସିସି ଜଗତଜୀବନ ଜେନା, କରୁଣାକର ନାୟକ, ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ଦାସ, ୱାର୍ଡ ସଭ୍ୟା ରୂପାଲୀ ଜେନା ପ୍ରମୁଖ ଯୋଗ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ମେଳାରେ ୧୧ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଭାଷାରେ ୩୦ ଓ ଗଣିତରେ ୨୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସିଆରସିସି ଅଶୋକ ଦାସ, ଶିକ୍ଷକ ପ୍ରଶାନ୍ତ କୁମାର ରାଉତ, ସୁଧିର କୁମାର ବାରିକ, ଦେବାଶୀଷ ମହାରଣା, ପ୍ରେମଲତା ଜେନାଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ