ପୋଷ୍ଟର ବୟରୁ ରାଜ୍ୟ ସଂପାଦକ-ନବିନ ରାମ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଓଡିଶା ବିଜେପିର ସମିର ମହାନ୍ତିଙ୍କ ଡଙ୍ଗାରେ ବସିଛନ୍ତି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଚିର ପରିଚିତ ନବିନ ରାମ । ରାଜ୍ୟ ବିଜେପି ସଭାପତିଙ୍କ ନୁତନ କମିଟିର କଳେବର ହୋଇଛି ।ସେହି ନୁତନ କଳେବର ପଚିଶ ବର୍ଷତଳର ବିଜେପିର ପୋଷ୍ଟର ବୟ ନବିନ ରାମ ଆଜି ଓଡ଼ିଶା ବିଜେପିର ସଂପାଦକ ପଦରେ ଅଳଂକୃତ କରିଛନ୍ତି ।୧୨ବର୍ଷ ବୟସରୁ ଆରଏସଏସ ସଂଗଠନରେ ସାମିଲ,ପରେ ବଜରଙ୍ଗ ଦଳ,ବିଶ୍ବ ହିନ୍ଦୁ ପରିଷଦର ବିଭିନ୍ନ ଦାୟିତ୍ଵ ତୁଲାଇଥିଲେ ।ପରେ ଅବିଭକ୍ତ ମୟୂରଭଂଜ ସାଂଗଠନିକ ବିଜେପି ଜିଲ୍ଲା ଉପସଭାପତି ଦାୟିତ୍ଵ ତୁଲାଇଥିଲେ ।ପରେ ପଶ୍ଚିମ ମୟୂରଭଂଜ ଜିଲ୍ଲା ବିଜେପିର ଦୁଇ ଦୁଇ ଥର ଜିଲ୍ଲା ସଭାପତି ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ ।୨୦୧୭ ନିର୍ବାଚନରେ ପଶ୍ଚିମ ମୟୂରଭଂଜ ର ୨୪ଟି ଜିଲ୍ଲା ପରିଷଦରୁ ତାଙ୍କରି ବଳିଷ୍ଠ ନେତୃତ୍ବରେ ୨୨ଟି ଜିଲ୍ଲା ପରିଷଦ ବିଜେପି ହାତେଇଥିଲା ।ତଦସହ ରାଇରଙ୍ଗପୁର,ଜାମଦା,ରରୁଆଁ ପଞ୍ଚାୟତ ସମିତି ବିଜେପି ହାତେଇଥିଲା ।ଗତ ବିଧାନସଭା ନିର୍ବାଚନରେ ୩ଟି ବିଧାୟକ ଓ ସାଂସଦ ତାଙ୍କରି ନେତୃତ୍ବରେ ବିଜେପିର ହାତେଇଥିଲା ।ସେ ନିଜେ ଦିର୍ଘ ୧୫ବର୍ଷରୁ ଉର୍ଦ୍ଧ୍ବ ରାଇରଙ୍ଗପୁର ପୌରପରିଷଦର କାଉନସିଲର ଏବଂ ର୍ଦୀର୍ଘ୨୫ ବର୍ଷ ହେଲା ରାଇରଙ୍ଗପୁର ପୌର ପରିଷଦକୁ ଆଜିଯାଏଁ ହାତେଇ ଥିଲେ ।ଗତ ବିଧାନସଭା ନିର୍ବାଚନ ପୂର୍ବରୁ ମୟୂରଭଂଜ ବିଜେପିର ପ୍ରତିଷ୍ଠାତା କହିଲେ ଅତ୍ୟୁକ୍ତି ହେବ ନାହିଁ ।ତାଙ୍କ ସହ ବହୁ କର୍ମୀ ତ୍ୟାଗ କରିଥିଲେ ।ଦଳ ଏକ ବିରାଟ ସଂକଟରେ ପଡ଼ି ଯାଇଥିଲା । ସେହିଭଳି ଓ ଘଡିସନ୍ଧି ମୁହୂର୍ତ୍ତରେ ସେ ଦବି ନ ଯାଇ ଦଳ ପାଇଁ କଠିନ‌ପରିଶ୍ରମ କରି ଦଳକୁ ବିଜୟୀ କରାଇଥିଲେ ।ପାଖରେ ଶୀର୍ଷରେ ନ ପହଞ୍ଚି ପାରିଥିଲେ ବି ରାଜନିତି ବିଜ୍ଞାନ ପଢି ନଥିଲେ ବି ରାଜନୀତିରେ ଶୀର୍ଷରେ ପହଞ୍ଚିଥିବା ପାରିଛନ୍ତି । ଆଜନ୍ମ ବ୍ରହ୍ମଚାରୀ ,ଜଣେ ଦକ୍ଷ ସଂଗଠକ,ସେନାପତି,ଭଦ୍ରକ,ଅମାୟିକ,ତ୍ୟାଗୀ,କଠିନ ପରିଶ୍ରମୀ, ଗରିବଙ୍କ ସୁଖଦୁଖର ସାଥୀ,ଦଳ ପ୍ରତି ନିଷ୍ଠା,ତ୍ୟାଗ, ଆନୁଗତ୍ୟ,କାର୍ଯ୍ୟଧାରାକୁ ନେଇ ଦଳର ସୁପ୍ରିମୋ ତାଙ୍କୁ ସଂପାଦକ ପଦରେ ମନୋନୀତ କରିଛନ୍ତି । ଶୁକ୍ରବାର ଦିନ ରାଇରଙ୍ଗପୁରସ୍ଥ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ମୟୂରଭଂଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସାଂସଦ ପ୍ରତିନିଧି ଆଡଭୋକେଟ ବରୁଣ ଦେ, ବିଜେପି ବିଧାୟକ ମିଡ଼ିଆ ପ୍ରଭାରୀ କିଶୋର ରଜକ,ବିଜେପି କୋଷାଧ୍ୟକ୍ଷ ମନୋଜ ଦାସଙ୍କ ସମେତ ବହୁ ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଓ ଦିର୍ଘାୟୁ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ