ପ୍ରକାଶ ଚନ୍ଦ୍ର ପାତ୍ରଙ୍କ କବିତା ସଂକଳନ ପୁସ୍ତକ “ମାଟିର ମୋହ” ଉନ୍ମୋଚିତ

ବୁଗୁଡ଼ା, (ୱାଏନଏସ): ଜୀବନର ପ୍ରତିଟି ପର୍ଯ୍ୟାୟରେ ଅସଂଗତି ଓ ଅନୁଦାର ଆର୍ତ୍ତ, ଭୟଙ୍କର ବୁଢ଼ିଆଣୀ ଜାଲରେ ସମୟ ସତେ ଅବା ଛନ୍ଦି ହୋଇ ଯାଇଛି, ଅତ୍ର ତତ୍ର ସର୍ବତ୍ର ବିରୋଧାଭାସର ବିଚିତ୍ର ବଳୟକୁ ରୁପ ଦେଇ ବିଶିଷ୍ଠ କବି ତଥା ସୁନାମଧନ୍ୟ ସାହିତ୍ୟିକ ଡକ୍ଟର କୁଳମଣି ଓଝାଙ୍କ ମୁଖବନ୍ଧ ଏବଂ କବି ଡକ୍ଟର ସୁଶାନ୍ତ ଜେନା ଓ କବି ଲିଙ୍ଗରାଜ ଜେନାଙ୍କ ଅମୁଲ୍ଯ ଅଭିବ୍ୟକ୍ତିରେ ସଂକଳିତ କବି ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ କବିତା ସଂକଳନ ପୁସ୍ତକ ମାଟିର ମୋହ ଉନ୍ମୋଚିତ ହୋଇ ଯାଇଛି। ଉନ୍ମୋଚନ ଉତ୍ସବରେ ବୌଦ୍ଧଚକ୍ର ସାହିତ୍ୟ ସଂସଦର ସଭାପତି ଡକ୍ଟର. ଇଂ.ସଞ୍ଜୟ କୁମାର ପଣ୍ଡା, ପ୍ରଧ୍ୟାପିକା ଡକ୍ଟର ବିଷ୍ଣୁ ପ୍ରିୟା ପଣ୍ଡା, ସାହିତ୍ୟ ସଂସ୍କୃତିପ୍ରେମୀ ଭଗବାନ ପୂଜାରୀ, ବରିଷ୍ଠ ହିନ୍ଦୀ ସାହିତ୍ୟିକ କବି ଅନନ୍ତ କର, ଶିକ୍ଷାବିତ୍ ସୁକୁମାର ବିଶ୍ବାଳ, ଗୌରୀଶଙ୍କର ମିଶ୍ର ଯୋଗଦେଇ “ମାଟିର ମୋହ” କବିତା ପୁସ୍ତକକୁ ସମୀକ୍ଷାକରି କବି ଡକ୍ଟର ପାତ୍ରଙ୍କ କବିତା ପୁସ୍ତକର କାବ୍ୟଦ୍ରୂୁ୍ଷ୍ଟି ଓ ସୌଦର୍ଯ୍ୟାଭିମୁଖୀ ଜୀବନ-ଦର୍ଶନ, ଅର୍ଥାନ୍ବିତ ହୋଇ ଭାବ ପ୍ରସାରି ପାଠକ ପ୍ରାଣରେ ଅନାସ୍ବାଦିତ ନିତ୍ୟନୂତନ ଭାବ କଲ୍ଲୋଳ ସ୍ରୁୂ୍ଷ୍ଟି କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ଯରେ କବି ଅଜିତ୍ କୁମାର ତ୍ରିପାଠୀ, କବି ମନୋଜ କୁମାର ଭୋଇ, ଧ୍ରୁବ ପାଣିଗ୍ରାହୀ,ଖଲି ପରିଡା, କୈଳାସ ଚନ୍ଦ୍ର ପ୍ରଧାନ, ଜି.ରାଜେଶ୍ବର ପାତ୍ର ପ୍ରମୁଖ ଯୋଗଦେଇ ସଂକଳନ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ଶ୍ରୀ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ