ପ୍ରକାଶ ପାଇଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନ୍ତର୍ଗତ ଇଣ୍ଟିଗ୍ରେଟେଡ୍ ଡ୍ରାଫ୍ଟ ଭୋଟର ତାଲିକା

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନ ଘ. ୧୨ ଟା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ ଅନ୍ତର୍ଗତ ଇଣ୍ଟିଗ୍ରେଟେଡ୍ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇଯାଇଛି I ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଉପଜିଲ୍ଲାପାଳ ବାଲେଶ୍ୱର ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ଉପଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ଡେପୁଟି କଲେକ୍ଟର ଶ୍ରୀମତୀ ରାଇମତ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ପ୍ରମୁଖ ଉପସ୍ଥିତ ରହି ଏହି ନୂତନ ଭୋଟର ତାଲିକା ଚିଠା ପ୍ରକାଶନରେ ନିଜର ଆବଶ୍ୟକୀୟ ମନ୍ତବ୍ୟ ପ୍ରଦାନ କରିଥିଲେ ।ଏହି ବୈଠକ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ସୂଚନା ଦେଇଥିଲେ କି ବିଗତ ତା ୨୦.୦୮.୨୦୨୪ ରିଖ ଠାରୁ ୧୮.୧୦.୨୦୨୪ ରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ (BLO) ହୋମ ଟୁ ହୋମ ଯାଞ୍ଚ ଦ୍ୱାରା ରେସନଲାଇଜେସନ ପ୍ରକ୍ରିୟା ମାଧ୍ୟମରେ ଭୋଟର ତାଲିକାରେ ହୋଇଥିବା ଭୁଲ ତ୍ରୁଟି ସବୁ ସଂଶୋଧନ କରି ନୂତନ ଭୋଟର ତାଲିକା ଚିଠା ଅନୁମୋଦନ ହୋଇଥିଲା ଏବଂ ସେହି ଭୋଟର ତାଲିକା ଚିଠା ଆଜି ପ୍ରକାଶନ ପାଇଛି । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ବିଶ୍ୱର ସର୍ବବୃହତ ଏବଂ ସର୍ବଶ୍ରେଷ୍ଠ ଗଣତାନ୍ତ୍ରିକ ଦେଶ ଭାରତକୁ ଆହୁରି ସଶକ୍ତ କରିବା ପାଇଁ ଭୋଟ ଦେବାର ମହତ୍ତ୍ୱ ବଖାଣି ଥିଲେ ଏବଂ ଭୋଟର ଲିଷ୍ଟରେ ନାମ ଚଢେଇବା ତଥା ଅନ୍ୟାନ୍ୟ ତ୍ରୁଟି ବିଚ୍ୟୁତି ସଂଶୋଧନ ପାଇଁ ଏହି ସ୍ୱତନ୍ତ୍ର ଅଭିଯାନର ଫାଇଦା ନେବା ପାଇଁ ଆହ୍ୱାନ ଦେଇଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ